Categories: ବାଣିଜ୍ୟ

ଶ୍ୟାମ୍‌ ଷ୍ଟିଲ୍‌ ପ୍ରଚଳନ କରୁଛି ଜି ହଜୁର

ଭୁବନେଶ୍ୱର,୧୫।୧୨: ପ୍ରାଇମେରି ଟିଏମ୍‌ଟି ବାର୍‌ର ଅଗ୍ରଣୀ ଉପତ୍ାଦନକାରୀ ତଥା ବିନିର୍ମାଣକାରୀ ଶ୍ୟାମ୍‌ ଷ୍ଟିଲ୍‌ ସମସ୍ତ ନିର୍ମାଣ ସାମଗ୍ରୀ ନିମନ୍ତେ ଏକ ନୂଆ ଯୁଗର ବି୨ବି ବଜାରସ୍ଥଳ ଜି ହଜୁରର ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି। ଏ ସମ୍ପର୍କରେ ଶ୍ୟାମ୍‌ ଷ୍ଟିଲ୍‌ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ଡାଇରେକ୍ଟର ମନୀଷ ବେରିୱାଲା କହିଛନ୍ତି, ଜି ହଜୁର ନିର୍ମାଣ ସାମଗ୍ରୀ ବର୍ଗରେ ଏକ ପରିବର୍ତ୍ତନକାରୀ ହେବ। ନିର୍ମାଣ ସାମଗ୍ରୀ କିଣା ପ୍ରକ୍ରିୟା ନିର୍ବିଘ୍ନରେ ହେବ ଏବଂ ଆମେ ଗ୍ରାହକଙ୍କ ସହ ଠିକ୍‌ ସମୟରେ ନିୟୋଜିତ ରହିବାରେ ସମର୍ଥ ହୋଇପାରିବୁ। ବ୍ୟବସାୟ ପରିଚାଳିତ ପ୍ରଯୁକ୍ତିରେ ନବସୃଜନ ଆଣିବାରେ ଆମେ ସର୍ବଦା ଅଗ୍ରଭାଗରେ ରହି ଆସିଛୁ ଏବଂ ଜି ହଜୁର କ୍ରେତା ଓ ଯୋଗାଣକାରୀଙ୍କର ସମସ୍ତ ଚିନ୍ତା ଦୂରକରିବାକୁ ଲକ୍ଷ୍ୟ ରଖିବ ଏବଂ ତାହା ସହ ଡିଲରମାନଙ୍କୁ ଏକ ବିଶାଳ ବଜାର ଯୋଗାଇଦେଇ ସେମାନଙ୍କ ବ୍ୟବସାୟରେ ଉନ୍ନତି ସାଧନ କରିବ।

ଜି ହଜୁରରେ ଉପଲବ୍ଧ ଉପତ୍ାଦଗୁଡ଼ିକ ମଧ୍ୟରେ ଟିଏମ୍‌ଟି ବାର୍‌, ଷ୍ଟ୍ରକ୍‌ଚରାଲ ଷ୍ଟିଲ୍‌, ପାଇପ ଓ ଟ୍ୟୁବ୍‌, ମେଟାଲ ବିମକ୍ରାଶ ବ୍ୟାରିୟର, ସ୍କାଫୋଲ୍‌ଡିଂ ଏବଂ ସଟରିଂ ଉପକରଣ, ପୋଲ ଓ ଟାୱାର, ଫାବ୍ରିକେଶନ, ନିର୍ମାଣ ସମ୍ପର୍କିତ ରାସାୟନିକ ପଦାର୍ଥ, ବିଟୁମେନ ଓ ଫ୍ଲାଇଆଶ୍‌, ନିର୍ମାଣ ଉପକରଣ, ନିର୍ମାଣ ସମ୍ପର୍କିତ ହାର୍ଡୱେର ଓ ସଫ୍ଟୱେର, ତଦାରଖ ଓ ପରୀକ୍ଷଣ ସେବା ଆଦି ଅନ୍ତର୍ଭୁକ୍ତ। ନିର୍ମାଣ ସାମଗ୍ରୀ ସହିତ ଜି ହଜୁର ସେତୁ, ଷ୍ଟ୍ରକଚର, ସଡ଼କ ଏବଂ ଅନ୍ୟ ସମସ୍ତ ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ଭରସାଯୋଗ୍ୟ ତଦାରଖ ଓ ପରୀକ୍ଷଣ ସେବା ଯୋଗାଇ ଦେଉଛି। ଆମର ତଥ୍ୟଭିତ୍ତିରେ ବୃଦ୍ଧି ଘଟାଇବା ଏବଂ ସାମଗ୍ରୀ ସଂଗ୍ରହକୁ ଚିନ୍ତାମୁକ୍ତ କରିବା ସକାଶେ ନୂତନ ପଦ୍ଧତି ପ୍ରଚଳନ କରିବାକୁ ଆମେ ଅଧିକ ଭିିତ୍ତିଭୂମି ସଂସ୍ଥାଗୁଡ଼ିକ ସହିତ ସହବନ୍ଧନ କରିବୁ ବୋଲି ବେରିୱାଲା ମତପ୍ରକାଶ କରିଛନ୍ତି।

Share