ଶକ୍ତି କପୁରଙ୍କ ପ୍ରେମରେ ପାଗଳ ଥିଲେ ଏହି ଅଭିନେତ୍ରୀ, ପରିବାରଲୋକେ ମନା କରିବା ସତ୍ତ୍ୱେ କଲେ ଏପରି, ରାଗିଯାଇ ମା’ ବାପା…

ବଲିଉଡର ପ୍ରସିଦ୍ଧ ଖଳନାୟକଙ୍କ ମଧ୍ୟରୁ ଶକ୍ତି କପୁର ଅନ୍ୟତମ। ଫିଲ୍ମରେ ତାଙ୍କ ଅଭିନୟ ଲୋକଙ୍କୁ ଡରାଉଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ଓ ପ୍ରେମ କାହାଣୀ ସମ୍ପୂର୍ଣ୍ଣ ହିରୋ ଭଳି। ତେବେ ଜାଣନ୍ତୁ ଶକ୍ତି ଏବଂ ଅଭିନେତ୍ରୀ ଶିବାଙ୍ଗୀ କୋଲହାପୁରରେ ଲଭଷ୍ଟୋରୀ ସମ୍ପର୍କରେ…
ଶକ୍ତି ଏବଂ ଶିବାଙ୍ଗୀ ୧୯୮୨ ମସିହାରେ ବିବାହ କରିଥିଲେ। ସେତେବେଳେ ଶକ୍ତିଙ୍କ ସ୍ତ୍ରୀ ଶିବାଙ୍ଗୀଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ଶିବାଙ୍ଗୀ ମଧ୍ୟ ୮୦ ଦଶକର ଜଣେ ସଫଳ ଅଭିନେତ୍ରୀ। ସେ ୧୯୮୦ରେ ଫିଲ‘କିସ୍ମତ’ରୁ ନିଜର କ୍ୟାରିୟର୍‌ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ମିଥୁନ ଚକ୍ରବର୍ତ୍ତୀ ଏବଂ ରଣଜିତା ମୁଖ୍ୟ ଭୂମିକାରେ ଥିଲେ। ଏହି ଫିଲ୍ମରେ ଶକ୍ତି କପୁର ମଧ୍ୟ ଅଭିନୟ କରିଥିଲେ। ଏହି ଫିଲ୍ମର ସେଟ୍‌ରେ ଦୁହେଁ ପ୍ରଥମ ଥର ପାଇଁ ସାକ୍ଷାତ କରିଥିଲେ। ଶକ୍ତି ଏବଂ ଶିବାଙ୍ଗୀଙ୍କର କୌଣସି ଧାରଣା ନଥିଲା ଯେ, ଏହି ଚଳଚ୍ଚିତ୍ର ଉଭୟଙ୍କ ଭାଗ୍ୟ ବଦଳାଇବାକୁ ଯାଉଛି।
ଶୁଟିଂ ସେଟ୍‌ରେ ଉଭୟ ବନ୍ଧୁ ହେଲେ। ସେହି ସମୟରେ ଉଭୟ ନିଜ କ୍ୟାରିଅର୍‌ ଲାଗି ଷ୍ଟ୍ରଗଲ କରୁଥିଲେ। ପରେ ଫିଲ୍ମ ହିଟ୍‌ ହେବା ପରେ ସେମାନଙ୍କ କ୍ୟାରିଅର୍‌ ମଧ୍ୟ ଉଜ୍ଜ୍ୱଳ ହୋଇଗଲା।

ଏହି ଚଳଚ୍ଚିତ୍ରର ଶୁଟିଂ ସମୟରେ ଦୁହେଁ ପରସ୍ପରକୁ ଭଲ ପାଉଥିଲେ ଏବଂ ପରେ ଫିଲ୍ମଟି ମଧ୍ୟ ହିଟ୍‌ ହୋଇଗଲା। ଯାହା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବିବାହ କରିବା ଏତେ ସହଜ ନଥିଲା। ଶିବାଙ୍ଗୀଙ୍କ ପରିବାର ସଦସ୍ୟ ଏହି ବିବାହ ବିରୋଧରେ ଥିଲେ। ଶକ୍ତି ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରୁଥିଲେ ଏବଂ ଅନେକ ଚଳଚ୍ଚିତ୍ରରେ ସେ ବଳାତ୍କାର ଦୃଶ୍ୟ ମଧ୍ୟ କରୁଥିଲେ। ଏହି କାରଣରୁ ଲୋକମାନେ ତାଙ୍କୁ ଘୃଣା କରୁଥିଲେ ମାତ୍ର ଶିବାଙ୍ଗୀ ତାଙ୍କ ପ୍ରେମରେ ପଡ଼ଯାଇଥିଲେ। ପରେ ଏହାକୁ କିନ୍ତୁ ତାଙ୍କ ପରିବାର ଲୋକେ ଗ୍ରହଣ କଲେ ନାହିଁ। ଶେଷରେ ନିଜ ପ୍ରେମ ପାଇଁ ଉଭୟ ଘରୁ ପଳାଇ ବିବାହ କରିବାକୁ ନିଷ୍ପତ୍ତି ନେଲେ। ସେତେବେଳେ ଶିବାଙ୍ଗୀଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ଏଥିରେ ରାଗିଯାଇ ଶିବଙ୍ଗୀଙ୍କ ପିତାମାତା ତାଙ୍କ ସହ କଥା ହେବା ବନ୍ଦ କରିଦେଲେ। ୧୯ ବର୍ଷ ବୟସରେ ଶିବାଙ୍ଗୀ ପୁଅ ସିଦ୍ଧାନ୍ତ କପୁରଙ୍କୁ ଜନ୍ମ ଦେଇଥିଲେ। ଏହା ପରେ ଶ୍ରଦ୍ଧା ଜନ୍ମ ହୋଇଥିଲେ। ବିବାହ ପରେ ଶିବାଙ୍ଗୀ ଫିଲ୍ମ ଜଗତ ଛାଡି ପରିବାରରେ ବ୍ୟସ୍ତ ଥିଲେ।

Share