Posted inଖେଳ

ଶକିବ ବିପଦ ସୃଷ୍ଟି କରିପାରନ୍ତି: କୋହଲି

ପୁଣେ, ୧୯।୧୦(ପି.ଟି.): ”ବିଶ୍ୱକପ୍‌ରେ ‘ବଡ଼ ଦଳ’ କେହି ନୁହନ୍ତି। ମେଗା ଇଭେଣ୍ଟଗୁଡ଼ିକରେ ଅଧିକ ସଫଳ ଦଳଗୁଡ଼ିକ ଉପରେ ଫୋକସ ରହୁଥିବାରୁ ବିପର୍ଯ୍ୟୟ ହୋଇ ଯାଇଥାଏ“ ବୋଲି ଭାରତର ତାରକା ବ୍ୟାଟର ବିରାଟ କୋହଲି ପ୍ରକାଶ କରିଛନ୍ତି। ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ୨ଟି ବଡ଼ ବିପର୍ଯ୍ୟୟ ଘଟିବା ପରେ କୋହଲି ଏପରି ମତବ୍ୟକ୍ତ କରିଛନ୍ତି। ଆଫଗାନିସ୍ତାନ ୬୯ ରନରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇଥିବାବେଳେ ନେଦରଲାଣ୍ଡ୍ସ ୩୮ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ବିଶ୍ୱକପ୍‌ ଇତିହାସରେ ନେଦରଲାଣ୍ଡ୍ସ ଏହାର ବୃହତ୍‌ ବିଜୟ ହାସଲ କରିଥିଲା। ”ବିଶ୍ୱକପରେ ବଡ଼ ଦଳ ବୋଲି ସେମିତି କିଛି ନାହିଁ। ଯେତେବେଳେ ଆମେ କେବଳ ବଡ଼ ଦଳ ଉପରେ ଫୋକସ ରଖିଥାଉ ସେତେବେଳେ ବିପର୍ଯ୍ୟୟ ଘଟି ଯାଇଥାଏ“ ବୋଲି ଭାରତ-ବାଂଲାଦେଶ ମ୍ୟାଚ ପୂର୍ବରୁ କୋହଲି ପ୍ରକାଶ କରିଛନ୍ତି।
ବିଶ୍ୱକପ୍‌ରେ ବାଂଲାଦେଶ ବିପକ୍ଷରେ ଭାରତର ରେକର୍ଡ ଭଲ ରହିଛି। ଉଭୟ ଦେଶ ମଧ୍ୟରେ ୪ଟି ମ୍ୟାଚ ହୋଇଥିବାବେଳେ ଭାରତ ୩ଟିରେ ବିଜୟଲାଭ କରିଛି। ତେବେ ବାଂଲାଦେଶ ଅଧିନାୟକ ଶକିବ ଅଲ୍‌ ହାସନ ବୋଲିଂରେ ବିପଦ ସୃଷ୍ଟି କରିପାରନ୍ତି ବୋଲି କୋହଲି ପୂର୍ବାନୁମାନ କରୁଛନ୍ତି। ”ଗତ କିଛି ବର୍ଷଧରି ମୁଁ ଶକିବଙ୍କ ବିପକ୍ଷରେ ଖେଳି ଆସୁଛି। ନିଜ ବୋଲିଂ ଉପରେ ତାଙ୍କର ନିୟନ୍ତ୍ରଣ ରହିଥାଏ। ସେ ଜଣେ ଅଭିଜ୍ଞ ବୋଲର। ନୂଆ ବଲ୍‌ରେ ସେ ଚମତ୍କାର ବୋଲିଂ କରିଥାନ୍ତି। “ ବୋଲି କୋହଲି କହିଛନ୍ତି। କୋହଲିଙ୍କ ସହ ଏକମତ ହୋଇଛନ୍ତି ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ”ଶକିବ ଜଣେ ଷ୍ଟ୍ରିଟ୍‌-ସ୍ମାର୍ଟ କ୍ରିକେଟର। ସେ ଦୀର୍ଘବର୍ଷ ଧରି ଗୁରୁଦାୟିତ୍ୱ ବହନ କରି ବାଂଲାଦେଶକୁ ଆଗକୁ ନେଉଛନ୍ତି“ ବୋଲି ହାର୍ଦ୍ଦିକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଶକିବ କହିଛନ୍ତି ଯେ କୋହଲି ହେଉଛନ୍ତି ଆଧୁନିକ ଯୁଗର ଶ୍ରେଷ୍ଠ ବ୍ୟାଟର। ”ସେ ଜଣେ ସ୍ବତନ୍ତ୍ର ବ୍ୟାଟ୍ସମ୍ୟାନ। ତାଙ୍କୁ ୫ ଥର ଆଉଟ କରିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେକରୁଛି। ତାଙ୍କ ଉଇକେଟ ନେଲେ ବହୁତ ଖୁସି ମିଳିଥାଏ“ ବୋଲି ଶକିବ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri