Categories: ଖେଳ

ବିଶ୍ୱକପ୍‌ ଅଧାରୁ ଦଳକୁ ଛାଡ଼ି ଢାକା ଗଲେ ଶାକିବ ଅଲ ହାସନ, କିଛି ଏଭଳି ରହିଛି କାରଣ

ନୂଆଦିଲ୍ଲୀ,୨୬।୧୦: ବିଶ୍ୱକପ୍‌ ୨୦୨୩ରେ ବାଲାଂଦେଶ ଟିମ୍‌ର ପ୍ରଦର୍ଶନ ଆଶା ମୁତାବକ ରହିନାହିଁ। ଏଯାବତ ଦଳ ୫ ମ୍ୟାଚ୍‌ ଖେଳିଥିବା ବେଳେ ସେଥିରୁ ଗୋଟିଏରେ ବିଜେତା ହୋଇଛି। ଏଭଳି ସ୍ଥିତିରେ ଦଳର ଅଧିନାୟକ ଶାକିବ ଅଲ ହାସନ ଟିମ୍‌କୁ ଛାଡ଼ି ନିଜ ଘରକୁ ଚାଲିଯାଇଛନ୍ତି। ଏବେ ସେ ଢ଼ାକାରେ ଥିବା ବେଳେ ବାକି ଟିମ୍‌ ଆଗାମୀ ମ୍ୟାଚ୍‌ ଲାଗି କୋଲକାତାରେ ପହଞ୍ଚିଛି।

ଶାକିବ ମେଣ୍ଟର ନାଜମୁଲ ଆବେଦିନ୍‌ ଫାହିମ୍‌ଙ୍କୁ ଭେଟିବା ଲାଗି ଢ଼ାକା ଯାଇଛନ୍ତି। ବୁଧବାର ଅପରାହ୍ନରେ ସେ ସେଠାରେ ପହଞ୍ଚି ଶେର-ଇ-ବାଙ୍ଗଲା ଜାତୀୟ ଷ୍ଟାଡିୟମରେ ପହଞ୍ଚିଥିଲେ। ସେଠାରେ ତିନି ଘଣ୍ଟା ଧରି ସେ ଅଭ୍ୟାସ କରିଥିଲେ। ତିନି ଦିନ ଧରି ସେ ଅଭ୍ୟାସ କରିବା ପରେ ପୁଣି କୋଲକାତା ଫେରିବେ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, କୋଲକାତାରେ ବାଲାଂଦେଶ ଦୁଇଟି ମ୍ୟାଚ୍‌ ଖେଳିବ। ଅକ୍ଟୋବର ୨୮ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଏବଂ ଅକ୍ଟୋବର ୩୧ରେ ପାକିସ୍ତାନ ବିପକ୍ଷରେ ଦଳ ମଇଦାନକୁ ଓହ୍ଲାଇବ। ଉଭୟ ମ୍ୟାଚ୍‌ର ଗୁରୁତ୍ୱ ଅଧିକ ଥିବାରୁ ବାଲାଂଦେଶ ଏହାକୁ ଜିତିବା ଲକ୍ଷ୍ୟ ରଖିଛି। ଅଧିନାୟକ ଶାକିବଙ୍କ ପ୍ରଦର୍ଶନକୁ ଦେଖିଲେ ସେ ବ୍ୟାଟିଂରେ ସଂଘର୍ଷ କରୁଥିବା ଦେଖାଯାଇଛି। ୪ ମ୍ୟାଚ୍‌ରେ ସେ ଅର୍ଦ୍ଧଶତକ ମାରି ନାହାନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ୪୦ ରନ୍‌ କରିଥିଲେ ହେଲେ ଏହାଛଡ଼ା ସେ ଭଲ ଇନିଂସ ଖେଳି ନାହାନ୍ତି।

Share