Categories: ଖେଳ

ଷ୍ଟାର ଖେଳାଳିଙ୍କ କାରନାମା: ଗୋଇଠା ମାରି ଭାଙ୍ଗିଦେଲେ ଉଇକେଟ

ଢାକା,୧୧।୬ : ବାଂଲାଦେଶର ଘରୋଇ ଟି୨୦ ଟୁର୍ନାମେଣ୍ଟ ଢାକା ଲିଗ୍‌ରେ ଶୁକ୍ରବାର ଏକ ଅପ୍ରିତିକର ଘଟଣା ଘଟିଛି। ଅମ୍ପାୟରଙ୍କୁ ଅସଦାଚରଣ କରିବା ସହ ଷ୍ଟମ୍ପକୁ ଗୋଇଠା ମାରି ଭାଙ୍ଗି ଦେଇଛନ୍ତି ବାଂଲାଦେଶ ଷ୍ଟାର ଅଲରାଉଣ୍ଡର ଶାକିବ ଅଲ୍‌ ହାସନ।

ଅବାହାନି ଲିମିଟେଡ୍‌ ବିପକ୍ଷରେ ଶେର-ଇ-ବାଂଲା ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ମହମେଦାନ ସ୍ପୋର୍ଟିଂ କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଶାକିବ ଏଲ୍‌ବିଡବ୍ଲ୍ୟୁ ଲାଗି ଅପିଲ କରିଥିଲେ। କିନ୍ତୁ ଏହାକୁ ନାକଚ କରି ଦେଇଥିଲେ ମୁଖ୍ୟ ଅମ୍ପାୟର। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗୋଇଠା ମାରି ଭାଙ୍ଗି ଉଇକେଟ ଭାଙ୍ଗି ଦେଇଥିଲେ ଶାକିବ। ଏହାପରେ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ। କିଛି ସମୟ ପରେ ବର୍ଷା କାରଣରୁ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଥିଲା। ଏଥି ଯୋଗୁ ଷ୍ଟାର ଅଲରାଉଣ୍ଡର ଉଇକେଟ ଓପାଡ଼ି ଗ୍ରାଉଣ୍ଡରେ କଚାଡ଼ି ଦେଇଥିଲେ।

ଏଭଳି ବ୍ୟବହାର ପାଇଁ ଶାକିବ ଫେସବୁକ ପୋଷ୍ଟ ଜରିଆରେ କ୍ଷମାପ୍ରାର୍ଥନା କରିଛନ୍ତି। କ୍ରୋଧ ଉପରୁ ନିୟନ୍ତ୍ରଣ ହରାଇବା ଲାଗି ମୁଁ ଦୁଃଖିତ। ମୋ ଭଳି ଅଭିଜ୍ଞ ଖେଳାଳିଙ୍କ ନିକଟରେ ଏଭଳି ଆଚରଣ ସ୍ବଭା ପାଏନାହିଁ। କିନ୍ତୁ ବେଳେବେଳେ ଏଭଳି ଘଟଣା ଘଟିବା ଦୁର୍ଭାଗ୍ୟଜନକ। ମୋ ବ୍ୟବହାର ଲାଗି ଦଳ, ମ୍ୟାନେଜମେଣ୍ଟ, ଟୁର୍ନାମେଣ୍ଟ ଅଫିସିଆଲ ଓ ଆୟୋଜକଙ୍କ ନିକଟରେ କ୍ଷମାପ୍ରାର୍ଥନା କରୁଛି ବୋଲି ପୋଷ୍ଟରେ ଲେଖିଛନ୍ତି।

Share