Categories: ଖେଳ

ଅନ୍ତର୍ଜାତୀୟ ଟି-୨୦ରେ ଇତିହାସ ରଚିଲେ ଶାକିବ

ଚଟ୍ଟଗ୍ରାମ,୩୦।୩: ଆୟର୍ଲାଣ୍ଡ ବିପକ୍ଷରେ ବାଂଲାଦେଶ ୩ ମ୍ୟାଚ୍‌ବିଶିଷ୍ଟ ଟି-୨୦ ମ୍ୟାଚ୍‌ ସିରିଜ ଜିତିଛି। ଚଟ୍ଟଗ୍ରାମରେ ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶ ଭ୍ରମଣକାରୀ ଆୟର୍ଲାଣ୍ଡ ଦଳକୁ ୭୭ ରନ୍‌ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ବାଂଲାଦେଶ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି।
ବର୍ଷା ହେତୁ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍‌ ୧୭-୧୭ ଓଭର ହୋଇଥିଲା। ଆୟର୍ଲାଣ୍ଡ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ୧୭ ଓଭରରେ ବାଂଲାଦେଶ ୩ଟି ଉଇକେଟ ହରାଇ ୨୦୨ ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବରେ ଆୟର୍ଲାଣ୍ଡର କେବଳ ୧୭ ଓଭରରେ ୯ ଉଇକେଟ ହରାଇ ୧୨୫ ରନ୍‌ କରିପାରିଥିଲା।
ଏହି ମ୍ୟାଚ୍‌ରେ ବାଂଲାଦେଶ ପକ୍ଷରୁ ଶାକିବ ଉଲ ହାସନ ୨୨ ରନ୍‌ ଦେଇ ୫ଟି ଉଇକେଟ ନେଇଥିଲେ। ଏହାସହ ସେ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ଉଇକେଟ ନେଇଥିଲେ। ଏହି ପ୍ରସଙ୍ଗରେ ସେ ନ୍ୟୁଜିଲାଣ୍ଡର ଟିମ୍‌ ସାଉଥୀ(୧୩୪ ଉଇକେଟ)ଙ୍କୁ ପଛରେ ପକାଇଛନ୍ତି।

Share