ଟିକା ନେଇଥିବା ସେକ୍ସପିୟରଙ୍କ ମୃତ୍ୟୁ

କୋଭିଡ୍‌ ଟିକା ନେଇଥିବା ପ୍ରଥମ ପୁରୁଷ ତଥା ବିଶ୍ୱର ଦ୍ୱିତୀୟ ବ୍ୟକ୍ତି ବ୍ରିଟେନ ବାସିନ୍ଦା ବିଲ୍‌ ସେକ୍ସପିୟର(୮୧)ଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ ଡିସେମ୍ବର ୮ରେ ସେକ୍ସପିୟରଙ୍କୁ ଫାଇଜରର ପ୍ରଥମ ଡୋଜ୍‌ ଦିଆଯାଇଥିଲା। ତାଙ୍କ ପୂର୍ବରୁ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ୯୧ ବର୍ଷୀୟା ମହିଳା ମାର୍ଗେଟ ସେହି ହସ୍ପିଟାଲରେ ଟିକା ନେଇଥିଲେ। ମେ’ ୨୦ରେ ସେକ୍ସପିୟରଙ୍କ ମୃତ୍ୟୁ ଘଟିଥିବା ତାଙ୍କ ବନ୍ଧୁ ଜୈନ ଇନେସ୍‌ କହିଛନ୍ତି। ସେକ୍ସପିୟରଙ୍କ କୋଭିଡ୍‌ରେ ମୃତ୍ୟୁ ଘଟି ନ ଥିବା ପରିବାର ପକ୍ଷରୁ କୁହାଯାଇଛି। ସେକ୍ସପିୟର କମ୍ପାନୀ ରୋଲ୍ସ ରୋଏସରେ କାମ କରିଥିଲେ। ସେ ପେରିସ୍‌ କାଉନସିଲର ରହିବା ସହ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଏଲେସ୍‌ଲିରେ ତାଙ୍କ ସମ୍ପ୍ରଦାୟର ସେବା କରିଥିଲେ।

Share