Categories: ଖେଳ

ଫିଲ୍ମ ‘୮୩’ ଦେଖି କାନ୍ଦିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ଆଗାମୀ ଫିଲ୍ମ ‘୮୩’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ୧୯୮୩ ମସିହାରେ ଭାରତର କ୍ରିକେଟ ବିଶ୍ୱକପ ବିଜୟ ଉପରେ ଆଧାରିତ ଏହି ଫିଲ୍ମରେ ରଣଭୀର କ୍ରିକେଟର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ। ନିକଟରେ ଅଭିନେତା ସୁନୀଲ ସେଟ୍ଟୀ ଫିଲ୍ମ ‘୮୩’ ଭାବପ୍ରବଣ ହୋଇପଡିଛନ୍ତି। ସୁନୀଲ ଏକ ଟୁଇଟ ଜରିଆରେ ‘୮୩’ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ପରଦାରେ୧୯୮୩ ମସିହାରେ ଭାରତ ବିଶ୍ୱକପ ଜିତିବା ପରେ ସେ ସମ୍ପୂର୍ଣ୍ଣ ଚକିତ ହୋଇଯାଇଥିଲେ ଏବଂ ତାଙ୍କ ଆଖିରୁ ଲୁହ ଆସିଯାଇଥିଲା। ରଣଭୀରଙ୍କୁ କୌଣସି ସ୍ଥାନରେ ଦେଖି ନ ଥିଲେ। ପରଦାରେ କେବଳ କପିଲ ଦେବ ଥିଲେ। ଅବିଶ୍ୱସନୀୟ ପରିବର୍ତ୍ତନ। କଳା ଏବଂ ଭାବନାକୁ ଦେଖି ମୁଁ ଥରି ଉଠୁଛି ଏବଂ ମୋ ଆଖିରେ ଲୁହ। ସେ ଅନ୍ୟ ଏକ ଟୁଇଟ୍‌ରେ ଲେଖିଛନ୍ତି- ଏହା ହେଉଛି ନିର୍ଦ୍ଦେଶକ କବୀର ଖାନଙ୍କ କରାମତି। ତାଙ୍କ କାହାଣୀ ଏବଂ ତାଙ୍କ ଦୃଶ୍ୟ ଏବଂ ଚରିତ୍ରଗୁଡ଼ିକର ବିଶ୍ୱାସଯୋଗ୍ୟ।
ଏହି ଫିଲ୍ମ ୨୩ ଡିସେମ୍ବରରେ ରିଲିଜ ହେବାକୁ ଯାଉଛି। ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ସହ ଫିଲ୍ମର ନିର୍ମାତାମାନେ ମଧ୍ୟ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଟ୍ରେଲର ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଏହି ଫିଲ୍ମରେ ରଣଭୀର ସିଂ କପିଲ ଦେବଙ୍କ ଭୂମିକାରେ ଏବଂ ଦୀପିକା ପାଦୁକୋନ କପିଲ ଦେବଙ୍କ ସ୍ତ୍ରୀ ରୋମି ଭାଟିଆ ଭୂମିକାରେ ନଜର ଆସିବେ।

Share