ହାତ ପତେଇବେ ଅଭିନେତ୍ରୀ ମୀରା

ପୁରୁଣା ଭୁବନେଶ୍ୱର, ୨୩।୧୨(ଡି.ଏନ୍‌.ଏ.): କରୋନା ମହାମାରୀ ପାଇଁ ରାଜ୍ୟର ବିଭିନ୍ନ କଳାକାର ହାତବାନ୍ଧି ବସିଛନ୍ତି। ପ୍ରଭାବିତ ହୋଇଛି ଜୀବିକା। ଓଡ଼ିଆ ଫିଲ୍ମ ଜଗତର ହାସ୍ୟ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ମୀରା ମହାନ୍ତି କେନ୍ଦ୍ର ସରକାର ପକ୍ଷରୁ କଳାକାର ଭତ୍ତା ପାଉଥିଲେ। ମାତ୍ର କୋଭିଡ୍‌ ପାଇଁ ଦୀର୍ଘ ୮ମାସ ହେବ ଭତ୍ତା ମିଳୁ ନାହିଁ। ଫଳରେ ଘର ଚଳାଇବା କଷ୍ଟକର ହୋଇପଡ଼ିଛି। ଆବଶ୍ୟକ ପଡ଼ିଲେ ଘର ଚଳାଇବା ପାଇଁ ହାତ ପତେଇବେ ବୋଲି ସେ କହିଛନ୍ତି।
ମୁତାବକ, ୧୯୯୯ ମସିହା ପୂର୍ବରୁ ମୀରା କଟକର ବାସିନ୍ଦା ଥିଲେ। ସେ କଳାଶ୍ରୀ ଥିଏଟର, ଜନତା ରଙ୍ଗମଞ୍ଚ, ଅନ୍ନପୂର୍ଣ୍ଣା ଥିଏଟର-ଏ, ଏକାମ୍ର ଥିଏଟର ଆଦିରେ ନୃତ୍ୟଶିଳ୍ପୀ, ହାସ୍ୟାଭିନେତ୍ରୀ ଭାବେ ଅଭିନୟ କରିଥିଲେ। ଏଥିସହ ଓଡ଼ିଆ ଫିଲ୍ମ ପ୍ରତିଧ୍ୱନି, ଯାଯାବର, ତ୍ରିନାଥ ମେଳା, ସୁବର୍ଣ୍ଣ ସୀତା ଆଦିରେ ଅଭିନୟ କରି ଦର୍ଶକଙ୍କ ମନକୁ ଜିଣି ପାରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି। ୧୯୯୯ ମସିହା ପରେ ସେ ଭୁବନେଶ୍ୱରର ୫୪ନଂ. ଓ୍ବାଡର୍ର୍ ମାଉସୀମା ଓଭର ବ୍ରିଜ୍‌ ପାର୍ଶ୍ୱରେ ରହୁଛନ୍ତି। ତାଙ୍କ ସହ ବିଧବା ବୋହୂ ଓ ନାତୁଣୀ ରହୁଛନ୍ତି। କିଛିଦିନ ପରେ ସେ କ୍ୟାନସରରେ ପୀଡ଼ିତ ହୋଇଥିଲେ। ସମ୍ପର୍କୀୟ ଏବଂ ସରକାରଙ୍କ ସହଯୋଗରେ ଚିକିତ୍ସା ପରେ ଭଲ ହୋଇଥିଲେ ମଧ୍ୟ ମଧୁମେହରେ ଆକ୍ରାନ୍ତ ହୋଇ ଡାହାଣ ଗୋଡ଼ ଆଙ୍ଗୁଠି ହରେଇଥିଲେ। ଭତ୍ତା ଟଙ୍କାରେ ପରିବାର ଚଳାଇବା ସହ ଔଷଧ ଓ ଚିକିତ୍ସା ଖର୍ଚ୍ଚ ମେଣ୍ଟାଉଥିଲେ। ଭତ୍ତା ବନ୍ଦ ହୋଇଯିବାରୁ ତାଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଆବଶ୍ୟକ ପଡ଼ିଲେ ସେ ହାତ ପତେଇବେ ବୋଲି ସେ କହିଛନ୍ତି। ଅନ୍ୟପଟେ ମୀରାଙ୍କୁ ସହଯୋଗ ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri