Categories: ଜାତୀୟ

ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦରେ ଶାହାଙ୍କ ଏଣ୍ଟ୍ରି…

ନୂଆଦିଲ୍ଲୀ,୧୦।୧୨ : କନର୍ର୍ାଟକ ଏବଂ ମହାରାଷ୍ଟ୍ର ସୀମା ବିବାଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଏଣ୍ଟ୍ରି ହୋଇଛି। ବର୍ତ୍ତମାନ ସୀମା ବିବାଦର ସମାଧାନ ଆସନ୍ତା ସପ୍ତାହ ସୁଦ୍ଧା ମିଳିପାରିବାର ଆଶା ରହିଛି। କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଶନିବାର ଅମିତ ଶାହାଙ୍କୁ ଭେଟି କହିଛନ୍ତି ଯେ ଆସନ୍ତା ସପ୍ତାହ ସୁଦ୍ଧା ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟିବେ।

ଏକ ସର୍ବଦଳୀୟ ବୈଠକ ପାଇଁ ସେ ସୂଚିତ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର କୋଲହାପୁର ଜିଲା ପ୍ରଶାସନ ଶନିବାର ଧାରା ୧୪୪ ଲାଗୁ କରିଛି। ଏହି କାର୍ଯ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ମହାରାଷ୍ଟ୍ର ସହିତ ବେଲଗାମ ଅଞ୍ଚଳର ମିଶ୍ରଣ ପାଇଁ ମହା ବିକାଶ ଅଘାଡି ମରାଠା ସମର୍ଥକ ଗୋଷ୍ଠୀ ସହ ବିରୋଧ କରିବାକୁ ଯୋଜନା କରୁଛନ୍ତି।

ବୋମ୍ମାଇ କହିଛନ୍ତି ଯେ ମହାରାଷ୍ଟ୍ର ସହ ସୀମା ବିବାଦକୁ ନେଇ ରାଜ୍ୟର ଆଭିମୁଖ୍ୟ ତଥା ତଥ୍ୟ ସମ୍ପର୍କରେ ଶାହାଙ୍କୁ ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇପାରେ। ବୋମ୍ମାଇ କହିଛନ୍ତି, ମୁଁ ଆମ ଏମପିଙ୍କ ଏକ ପ୍ରତିନିଧୀ ଦଳକୁ ସୋମବାର ଶାହାଙ୍କୁ ସାକ୍ଷାତ କରିବାକୁ କହିଛି।

ମୁଁ ଶାହାଙ୍କ ସହ ମଧ୍ୟ କଥା ହୋଇଛି। ସେ କହିଛନ୍ତି ଯେ ସେ ସୂଚନା ପଠାଇବେ ଏବଂ ଦୁଇ ତିନି ଦିନ ମଧ୍ୟରେ ମୋତେ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଡାକିବେ। ବୋଧହୁଏ ଏହି ବୈଠକ ୧୪ କିମ୍ବା ୧୬ ଡିସେମ୍ବରରେ ଅନୁଷ୍ଠିତ ହେବ ।

ସର୍ବଦଳୀୟ ବୈଠକ ପୂର୍ବରୁ ବୋମ୍ମାଇ ଶୁକ୍ରବାର ରାତିରେ କହିଥିଲେ ଯେ ସୀମା ବିବାଦ ଉପରେ ଶାହଙ୍କୁ ଭେଟିଥିବା ମହାରାଷ୍ଟ୍ର ପ୍ରତିନିଧି ଦଳରେ କୌଣସି ପରିବର୍ତ୍ତନ କରିବେ ନାହିଁ ଏବଂ ତାଙ୍କ ସରକାର ଏହି ପ୍ରସଙ୍ଗରେ ଆପୋଷ ବୁଝାମଣା କରିବେ ନାହିଁ। ସେ କହିଛନ୍ତି, ଏହି ମାମଲା ସୁପ୍ରିମକୋର୍ଟରେ ଅଛି। କର୍ନାଟକ ବିଧାନସଭାରେ ବିରୋଧୀଦଳର ନେତା ସିଦ୍ଧ ରମୈୟାଙ୍କ ସହ ଏକ ପ୍ରଶ୍ନର ଉତ୍ତରରେ ସରକାରଙ୍କ ସହ ସୀମା ବିବାଦ ସମ୍ପର୍କରେ ଆଲୋଚନା କରିବାକୁ ବୋମ୍ମାଇ ଶନିବାର କହିଛନ୍ତି ଯେ ସେ ଉଭୟ ସିଦ୍ଧ ରମୈୟା ଏବଂ ସରକାରଙ୍କ ସହ କଥା ହେବେ। ଜେଡି (ଏସ) ନେତା ଏଚଡି କୁମାରସ୍ବାମୀ ମଧ୍ୟ ଏହି ସଭାରେ ଯୋଗଦେବାର ସମ୍ଭାବନା ରହିଛି।

Share