ଏକାଠି ବଡ ପରଦାରେ ନଜର ଆସିବେ ଶାହାରୁଖ-ସୁହାନା

ମୁମ୍ବାଇ: ବଲିଉଡ ବାଦଶାହା ଶାହରୁଖ ଖାଁ ପ୍ରଥମ ଥର ପାଇଁ ତାଙ୍କ ଝିଅ ସୁହାନାଙ୍କ ସହ ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି। ଏହା ଏକ ନୂଆ କଥା ନୁହେଁ, ଯେତେବେଳେ ଗୋଟିଏ ପରିବାରର ଦୁଇଜଣ ଲୋକ ଏକାଠି ଫ୍ରେମରେ ନଜର ଆସିବେ। ରିୟଲ ଲାଇଫର ବାପା-ପୁଅ କିମ୍ବା ଭାଇଭଉଣୀମାନେ ସ୍କ୍ରିନ ଶେୟାର କରି ସାରିଛନ୍ତି। ଏବେ ଶାହରୁଖ ଏବଂ ତାଙ୍କ ଝିଅ ସୁହାନା ଖାଁଙ୍କ ଗୋଟିଏ ଫିଲ୍ମରେ ନଜର ଆସିବା ଖବର ମଧ୍ୟ କିଛି ମାସ ପୂର୍ବରୁ ଆସିଥିଲା।
ତେବେ ଏହା ପରେ ତାଙ୍କ ଫିଲ୍ମ ବିଷୟରେ କୌଣସି ଆଲୋଚନା ହୋଇନଥିଲା। ବର୍ତ୍ତମାନ ପୁଣି ଥରେ ଉଭୟ ଚର୍ଚ୍ଚାରେ ଅଛନ୍ତି, କାରଣ ସେମାନଙ୍କ ନିକଟ ସୂତ୍ର ଅନୁଯାୟୀ ଉଭୟ ଖୁବ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଜାନେ ଜାନ ଏବଂ କାହାଣୀ ଫିଲ୍ମର ନିର୍ଦ୍ଦେଶକ ସୁଜାୟ ଘୋଷ। ଏହାପୂର୍ବରୁ ସେ ସେପ୍ଟେମ୍ବରରେ ଜାନେ ଜାନ ରିଲିଜ ହେବା ପରେ ହିଁ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଥିଲେ। କିନ୍ତୁ ଲେଖକ ଫିଲ୍ମର ସ୍କ୍ରିପ୍ଟକୁ ଆହୁରି ଉନ୍ନତ କରିବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କୁ ସମୟ ଆବଶ୍ୟକ ଥିଲା, କାରଣ ସେ ଏହି ଫିଲ୍ମର ମହତ୍ତ୍ୱ ଜାଣନ୍ତି।

ଶାହାରୁଖ ପ୍ରଥମ ଥର ପାଇଁ ତାଙ୍କ ଝିଅ ସହିତ ଏକ ଫିଲ୍ମ କରିବା ତାଙ୍କ ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ସେଥିପାଇଁ ସେ ସ୍କ୍ରିପ୍ଟରେ କୌଣସି କମି ଛାଡିବାକୁ ଚାହାଁନ୍ତି ନାହାଁନ୍ତି। ଚଳିତ ବର୍ଷ ଶାହାରୁଖ ଏବଂ ତାଙ୍କ ପରିବାର ପାଇଁ ବହୁତ ବ୍ୟସ୍ତର ବର୍ଷ ରହିଛି। ଗୋଟିଏ ପଟେ ପଠାନ ଏବଂ ଯବାନ ପରେ ଅଭିନେତାଙ୍କ ତୃତୀୟ ମୁଭି ଡଙ୍କି ଡିସେମ୍ବର ୨୧ରେ ରିଲିଜ ହେବାକୁ ଯାଉଛି। ଏଥି ସହିତ ସୁହାନା ତାଙ୍କ ଫିଲ୍ମ ଦି ଆର୍ଚିଜ ସହିତ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତ।

ଡିସେମ୍ବର ୭ରେ ତାଙ୍କ ଫିଲ୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ଉଭୟ ନିଜ ମୁଭିର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ ସେ ସୁଜୟଙ୍କ ଗୁପ୍ତଚର ଥ୍ରୀଲର ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ମଧ୍ୟ ସମୟ ପାଇନଥିଲେ। ସେମାନଙ୍କର ମୁଭି ରିଲିଜ ହେବା ପରେ ଦୁହେଁ ଏକାଠି ବସି ଡିସେମ୍ବର ଶେଷରେ ଏହି ବିନା ଟାଇଟଲ ଫିଲ୍ମର ସ୍କ୍ରିପ୍ଟ ପଢିବେ। ଏହି ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଜାନୁୟାରୀ ଶେଷ କିମ୍ବା ଫେବୃୟାରୀ ଆରମ୍ଭରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri