କରୋନା ଭୟ: ଘରର ବାଲକୋନୀକୁ ଶୁଟିଂ ସେଟ୍‌ କରିଦେଲେଣି ଏହି ଅଭିନେତା

ବମ୍ବେ: କରୋନା କାଳରେ ଧିରେ ଧିରେ ଜନଜୀବନ ସ୍ବାଭାବିକ ହେବାରେ ଲାଗିଛି। ଏଣୁ ଚଳଚ୍ଚିତ୍ର, ବିଜ୍ଞାପନ ଆଦିର ଶୁଟିଂ ବନ୍ଦ କରି ଘରେ ବସିଥିବା କଳାକାରମାନେ ପୁଣିରେ କାମରେ ଲାଗିପଡ଼ିଲେଣି। ହେଲେ କିଙ୍ଗ ଖାନ୍‌ ଶାହରୁଖ ଘରୁ ବାହାରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ସେ ନିଜ ଘରେ ହିଁ ଶୁଟିଂ କରୁଛନ୍ତି। ଏକଥା ଆମେ ମନରୁ କହୁନାହୁଁ ବରଂ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଫଟୋ ଓ ଭିଡିଓ ତାହା କହୁଛି।

ଶାହରୁଖ ନିଜର କିଛି ପ୍ରୋଜେକ୍ଟସ୍‌ର ଶୁଟିଂ ବମ୍ବେରେ ଥିବା ନିଜ ଘର ‘ମନ୍ନତ’ରେ କରୁଛନ୍ତି। ନିକଟରେ ତାଙ୍କୁ ବାଲକୋନୀରେ କ୍ୟାମେରା ସମ୍ମୁଖରେ ଛିଡ଼ା ହୋଇ ଶୁଟିଂ କରୁଥିବା ଦେଖିବାକୁ ମିଳିଛି। ଏହା ଦେଖିଲେ ଶୁଟିଂର ପୁରା ଶେଟ୍‌ଅପ୍‌ ସେ ଘରେ ଲଗାଇଛନ୍ତି। ସେ କିଛି ବିଜ୍ଞାପନ ନଚେତ ଅନ୍ୟ ଭିଡିଓ ଶୁଟିଂ କରୁଥିବା କୁହାଯାଉଛି।

କହିରଖୁଛୁ, କରୋନା ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହି ଅଭିନେତା କାମ କରୁଛନ୍ତି। ମହାମାରୀକୁ ନେଇ ସଚେତନତା ସୃଷ୍ଟି ଦିଗରେ ସେ ଅନେକ ଭିଡିଓ ଶେୟାର କରୁଛନ୍ତି। ଏଥିସହ ଟୁଇଟ୍‌ କରୁଛନ୍ତି। କେବଳ ଏତିକି ନୁହେଁ ଆଇ ଫର୍‌ ଇଣ୍ଡିଆ ନାମରେ କରାଯାଉଥିବା ଭର୍ଚୁଆଲ କନ୍ସର୍ଟରେ ପୁଅ ଆବ୍ରାହମଙ୍କ ସହ ମିଶି ସେ ଗୀତ ଗାଇଥିବା ଦେଖାଯାଇଥିଲା।

Share