ଶେହେନ୍‌ଶାହଙ୍କ ଲାଗି ବାଦ୍‌ଶାହଙ୍କ ସ୍ବତନ୍ତ୍ର ବାର୍ତ୍ତା: ଆମ ନାତି ନାତୁଣୀଙ୍କର ମଧ୍ୟ ମନୋରଞ୍ଜନ କରନ୍ତୁ

ବମ୍ବେ: ନିଜର ୮୦ତମ ଜନ୍ମଦିନ ପାଳନ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଏମିତିରେ ଏହି ବର୍ଷଟି ତାଙ୍କ ପାଇଁ ବହୁତ ଖାସ୍‌। ଏହି ସ୍ବତନ୍ତ୍ର ଦିନକୁ ଅଧିକ ସ୍ମରଣୀୟ କରିବା ଲାଗ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। କିଙ୍ଗଖାନ୍‌ ଶାହାରୁଖ ମଧ୍ୟ ଅମିତାଭଙ୍କ ଉଦ୍ଦେଶ୍ୟରେ ବିଶେଷ ବାର୍ତ୍ତା ଲେଖିଛନ୍ତି।

ଟୁଇଟରରେ ତିନି ସେକେଣ୍ଡର ଏକ ଭିଡିଓ ସହ ନିଜର ବାର୍ତ୍ତା ଦେଇଛନ୍ତି ଶାହାରୁଖ। ସେ ଲେଖିଛନ୍ତି, ‘ଏହି ମହାନ ବ୍ୟକ୍ତି, ଅଭିନେତା, ସୁପରଷ୍ଟାର, ପିତା ଏବଂ ଭଲ ମଣିଷଠାରୁ ଗୋଟିଏ କଥା ଶିଖିବା ଉଚିତ।  କେବେ ହେଲେ ପଛକୁ ନ ହଟିବା। ପଛକୁ ନ ଯାଇ ସବୁଠାରୁ ଶିଖ। ନିଜ ପଦକୁ ଉଚ୍ଚ କର। ବାରମ୍ବାର ନିଜକୁ ଲଞ୍ଚ କର। ସବୁବେଳେ କରି ଚାଲୁଥାଅ। ପ୍ରାର୍ଥନା କରୁଛି ଯେ ଆପଣ ସର୍ବଦା ସୁସ୍ଥ ରୁହନ୍ତୁ। ଆମର ନାତି ନାତୁଣୀଙ୍କର ମଧ୍ୟ ମନୋରଞ୍ଜନ କରନ୍ତୁ। ଲଭ ୟୁ ସାର୍‌।’

ଶାହାରୁଖଙ୍କ ଏହି ବାର୍ତ୍ତାକୁ ବହୁତ ପସନ୍ଦ କରାଯାଉଛି। ଲୋକେ ଉଭୟଙ୍କୁ ଦେଖି ନିଜର ଖୁସି ପ୍ରକାଶ କରିଛନ୍ତି।

Share