ଟେଲିଭିଜନ୍‌, ବଲିଉଡ୍‌ ପରେ ଏବେ ଡିଜିଟାଲ୍‌ରେ ଡେବ୍ୟୁ କରିବେ କିଙ୍ଗଖାନ୍‌

ବମ୍ବେ: ଫେରୁଛନ୍ତି କିଙ୍ଗଖାନ୍‌। ଦୀର୍ଘ ୩ ବର୍ଷ ଧରି ଫିଲ୍ମଜଗତରୁ ଦୂରରେ ଥିବା ଶାହାରୁଖ ଖୁବ୍‌ଶୀଘ୍ର ଓଟିଟି ପ୍ଲାଟଫର୍ମରେ ନଜର ଆସିବେ। ଡିଜ୍‌ନୀ ପ୍ଲସ ହଟ୍‌ଷ୍ଟାରର ଏକ ଓ୍ବେବ୍‌ ସିରିଜ୍‌ରେ ସେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ଶନିବାର ଶାହାରୁଖ ହଟ୍‌ଷ୍ଟାରର ଏକ ବିଜ୍ଞାପନ କ୍ୟାମ୍ପେନ୍‌ରେ ନଜର ଆସିଥିଲେ। ଏହାପରେ ସେ ଟୁଇଟରରେ ଟ୍ରେଣ୍ଡ କରୁଛନ୍ତି।

ଫିଲ୍ମ ବିଷୟରେ କଥା ହେଲେ ଅଭିନେତା ‘ପଠାନ୍‌’ରେ ନଜର ଆସିବେ। ଏଥିରେ ତାଙ୍କ ସହ ଦୀପିକା ପାଦ୍ୟୁକୋନ, ନୟନତାରାଙ୍କୁ ଦେଖିବାକୁ ମିଳିବ। ଫିଲ୍ମରେ ଶାହାରୁଖ ଜଣେ ର’ ଏଜେଣ୍ଟ ଚରିତ୍ରରେ ଅଭିନୟ କରିଛନ୍ତି। ପ୍ରଶଂସକମାନେ ଏହାର ରିଲିଜ୍‌କୁ ଅପେକ୍ଷା କରି ରହିଛନ୍ତି।

Share