‘ପଠାନ୍‌’ ସଫଳତା ପରେ ସାମ୍ନାକୁ ଆସିଲା ଶାହରୁଖଙ୍କ ପ୍ରଥମ ପ୍ରତିକ୍ରିୟା

ମୁମ୍ବାଇ, ୩୦।୧: ବଲିଉଡ୍‌ ଶାହାରୁଖ ଖାନ୍‌ଙ୍କ ହାଇ ବଜେଟ୍‌ ଅଭିନୀତ ଫିଲ୍ମ ତଥା ହିନ୍ଦୀ ଫିଲ୍ମ ‘ପଠାନ୍‌’ର ଦିନକୁ ଦିନ ସଫଳତାର ପାହାଚ ଚଢ଼ିବାରେ ଲାଗିଛି। ପଠାନ୍‌ ରିଲିଜ୍‌ ପରେ ପ୍ରଥମ ଥର ଶାହରୁଖ ସାମ୍ନାକୁ ଆସିବା ସହ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସୋମବାର ପଠାନ୍‌ ଟିମ୍‌ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲା। ଓ୍ବାଲର୍‌ଡଓ୍ବାଇଡ୍‌ ଫିଲ୍ମର ସକ୍‌ସେସ୍‌ ପାଇଁ ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ଅଗଣିତ ସିନେପ୍ରେମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱରେ ଯେତେବେଳେ ମାହାମାରୀ କରୋନା ପାଇଁ କଟକଣା ଲାଗୁ ହୋଇଥିଲା, ସେ ସମୟରେ ଫିଲ୍ମଟି ଶୁଟ୍‌ କରାଯାଇଥିବା ସେ କହିଛନ୍ତି। ତେବେ ଶୁଟିଂ ପାଇଁ ପ୍ରତ୍ୟେକ ଲୋକଙ୍କ ସହାନୁଭୂତି ଥିବା ସେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଫିଲ୍ମରେ ରୋମାନ୍ସକୁ ନେଇ ଉଭୟ ଶାହରୁଖ ଓ ଦୀପିକା ମନବଳାଉ ନ ଥିବା ବେଳେ ‘ପଠାନ୍‌’ରେ ଶାହରୁଖ କେବଳ ଦୀପିକାଙ୍କ ହାତକୁ ଚୁମ୍ବନ କରିଥିବା କହିଛନ୍ତି। କୋଭିଡ୍‌ ସମୟରେ ଶାହରୁଖ ୬ମାସ କାମ କରି ନ ଥିବା ବେଳେ ପରିବାର ଓ ବନ୍ଧୁଙ୍କ ସହ ଅଧିକ ସମୟ କାଟିଥିବା ସେ ପ୍ରକାଶ କରିଛନ୍ତି। ଏହାଛଡ଼ା କିଛି ନୂଆ ଖାଦ୍ୟ କିପରି ପ୍ରସ୍ତୁତ କରିବା ତାକୁ ଶିଖିବା ସହ ନୂଆ ବ୍ୟବସାୟ ଆରମ୍ଭ କରିବା ନେଇ ବହୁ ଯୋଜନା ସେ ସମୟରେ ଶାହରୁଖ୍‌ ପ୍ରସ୍ତୁତ କରିଥିବା କହିଛନ୍ତି। ପଠାନ୍‌କୁ ଶାନ୍ତି ପୂର୍ବକ ରିଲିଜ୍‌ କରିବାକୁ ଦେବା ଲାଗି ଅନେକଙ୍କ ସହଯୋଗ ନିଆଯାଇଥିବା ବେଳେ ୬ଦିନ ଧରି ସଫଳତାର ସହ ଫିଲ୍ମଟି ହଲ୍‌ରେ ଜାରି ରହିଛି। ଏଥିସହ ଦର୍ଶକଙ୍କ ଖୁବ୍‌ ଭଲପାଇବା ମଧ୍ୟ ମିଳିଛି। ତେବେ ପଠାନ୍‌ ଫିଲ୍ମରେ ଜନ୍‌ ଆବ୍ରାହମ୍‌ କରିଥିବା ଜିମି ଚରିତ୍ର କିଙ୍ଗ୍‌ ଖାନ୍‌ଙ୍କୁ ପସନ୍ଦ ଆସିଥିବା ସେ କହିଛନ୍ତି। ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଆଗାମୀ ଦିନରେ ପଠାନ୍‌-୨ ନିର୍ମାଣ କରିବା ଲାଗି ସଙ୍କେତ ଦେଇଛନ୍ତି। ଅନ୍ୟପକ୍ଷେ ପଠାନ୍‌କୁ ଦର୍ଶକଙ୍କ ମିଳିଥିବା ରେସ୍‌ପନ୍ସ ପାଇଁ ଦୀପିକା ଓ ଜନ୍‌ ଆବ୍ରାହମ୍‌ ଉତ୍ସାହିତ ଥିବା ଜଣାପଡ଼ିଛି।

Share