‘ପଠାନ’ ସହ ଜବରଦସ୍ତ କମବ୍ୟାକ କଲେ ଶାହାରୁଖ

ମୁମ୍ବାଇ: ଶାହାରୁଖ ଖାଁ, ଜନ ଆବ୍ରହମ, ଦୀପିକା ପାଦୁକୋନଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ପଠାନ’କୁ ନେଇ ବେଶ କିଛି ସମୟ ହେବ ଚର୍ଚ୍ଚା ଲାଗି ରହିଛି । ଫିଲ୍ମ ରିଲିଜ୍ ପୂର୍ବରୁ ପ୍ରଶଂସକ ଅପେକ୍ଷା ରଖିଥିଲେ ଏହାର ଟ୍ରେଲରକୁ । ଏବେ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ହୋଇଛି । ରିଲିଜ୍ ହୋଇଛି ‘ପଠାନ’ର ଟ୍ରେଲର । ଏହା ୩ଟି ଭାଷା ହିନ୍ଦୀ, ତାମିଲ ଓ ତେଲଗୁରେ ରିଲିଜ୍ କରାଯାଇଛି । ଏଥିରେ ୩ କଳାକାରଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ୟୁଜର୍ସ ଟ୍ରେଲରକୁ ଖୁବ୍ ପସନ୍ଦ କରୁଛନ୍ତି ।
ଟ୍ରେଲରର ଆରମ୍ଭରେ ସର୍ବ ପ୍ରଥମେ ଜନଙ୍କ ଲୁକ ରିଭିଲ କରାଯାଇଛି । ଯିଏ ଆକ୍ସନ ଦେଖାଇ ଗାଡି ଉଡାଇ ଦେଉଛନ୍ତି । ପୁଣି ଡିମ୍ପଲ କାପାଡିଆ ନଜର ଆସିଛନ୍ତି । ଏହାପରେ ଶାହାରୁଖ ରକ୍ତରେ ଜୁଡୁବୁଡୁ ହୋଇଥିବା ଦେଖାଯାଇଛି । ଏହାପରେ ଗୀତରେ ରିଭିଲ ହୋଇଛି ଦୀପିକାଙ୍କ ଲୁକ । ପୁଣି ଦୀପିକା ଓ ଶାହାରୁଖ ପରସ୍ପର ସହ କଥା ହେଉଥିବା ଦେଖାଯାଇଛି । ଏହି ସମୟରେ ୩ଜଣ କଳାକାରଙ୍କ କମାଲ କଲାଭଳି ଆକ୍ସନ ଦେଖିବାକୁ ମିଳିଛି । ଆକ୍ସନ ସହ ହିରୋପନ୍ଥି, ରୋମାନ୍ସ, କମେଡି ଓ ବୋଲ୍ଡ ସିନ୍ସ ବି ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ପୂର୍ବରୁ ଫ୍ୟାନ ମେଡ ଟ୍ରେଲର ରିଲିଜ୍ କରାଯାଇଥିଲା । ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଟ୍ରେଲର ଦେଖି ଲାଗୁଛି ଭ୍ୟୁଜର ରେକର୍ଡ ଭାଙ୍ଗିପାରେ । କିଛିଦିନ ତଳେ ଫିଲ୍ମର ଲାଟେଷ୍ଟ ପୋଷ୍ଟର ସାମ୍ନାକୁ ଆସିଥିବା ବେଳେ ଏବେ ଟ୍ରେଲର ଦେଖି ସୋସିଆଲ ମିଡିଆ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୫ ଜାନୁୟାରୀ, ୨୦୨୩ରେ ରିଲିଜ୍ ହେବାକୁ ଯାଉଛି । ଗୋଟିଏ ପଟେ ପ୍ରଶଂସକ ଏହାକୁ ଅପେକ୍ଷା ରଖିଥିବା ବେଳେ ଅନ୍ୟପଟେ ଟ୍ରୋଲର୍ସ ଏହାକୁ ବିରୋଧ କରି ଚାଲିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?