ଫିଲ୍ମର ବଜେଟ୍‌ ୨୮୦, ଶାହାରୁଖ୍‌ ନେବେ ୧୦୦ କୋଟି

ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ତାଙ୍କର ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଅନେକ ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଶୁଟିଂ ପାଇଁ ଶାହାରୁଖ୍‌ ଏବେ ଦୁବାଇରେ ଅଛନ୍ତି। ୨ ବର୍ଷର ଲମ୍ବା ବ୍ୟବଧାନ ପରେ ଏବେ ପୁଣିଥରେ ସେ ପରଦାକୁ ଫେରୁଛନ୍ତି। ଶାହାରୁଖ୍‌ଙ୍କ ‘ପଠାନ’କୁ ନେଇ ପ୍ରଶଂସକ ବହୁତ ଉତ୍ସାହିତ ଥିବାବେଳେ ଏବେ ଆଉ ଏକ ଖବର ମଧ୍ୟ ଶୁଣିବାକୁ ମିଳୁଛି। ଯାହା ଶୁଣିବାକୁ ମିଳୁଛି ‘ପଠାନ’ ପାଇଁ ୧୦୦ କୋଟି ଟଙ୍କା ଚାର୍ଜ କରିଛନ୍ତି। ଯଦି ଏହା ସତ ତେବେ ଶାହାରୁଖ୍‌ ଭାରତର ସବୁଠୁ ମହଙ୍ଗା ଅଭିନେତା ହୋଇଯାଇଛନ୍ତି। ତେବେ ଶାହାରୁଖ ଏହି ମାମଲାରେ ସଲମାନ୍‌ ଖାନ୍‌, ଆମୀର ଖାନ୍‌, ଅକ୍ଷୟ କୁମାରଙ୍କ ସମେତ ଅନ୍ୟ ସମସ୍ତ କଳାକାରଙ୍କୁ ପଛରେ ପକାଇ ଦେଇଛନ୍ତି। ତେବେ ଫିଲ୍ମର ବଜେଟ ୨୮୦ କୋଟି ରଖାଯାଇଥିବା ଜଣାପଡ଼ିଛି।

Share