ହେମା ମାଳିନୀଙ୍କୁ ସ୍ୟାଣ୍ଡେଲ ପିନ୍ଧାଇ ଦେଲେ ଶାହାରୁଖ

ମୁମ୍ବାଇ: ବଲିଉଡ କିଙ୍ଗ ଖାନ ଶାହାରୁଖ ଖାନଙ୍କୁ ଏମିତିରେ ଜେଣ୍ଟଲ ମ୍ୟାନ କୁହାଯାଏ ନାହିଁ। ଶାହାରୁଖଙ୍କୁ ଅନେକ ସମୟରେ ଲୋକମାନଙ୍କ ସହ ବହୁତ ସମ୍ମାନର ସହିତ ମିଶୁଥିବା ଦେଖିବାକୁ ମିଳିଥାଏ । ଇଣ୍ଡଷ୍ଟ୍ରିର ଜଣେ ନୂତନ ଅଭିନେତା ହୁଅନ୍ତୁ, ତାଙ୍କ ପ୍ରଶଂସକ ହୁଅନ୍ତୁ କିମ୍ବା ବୃଦ୍ଧ ବ୍ୟକ୍ତି ହୁଅନ୍ତୁ, ଶାହାରୁଖ ସମସ୍ତଙ୍କୁ ପ୍ରେମ ଏବଂ ସମ୍ମାନର ସହିତ ଭେଟନ୍ତି। ଅନେକ ଥର ଶାହାରୁଖ ଖାନ ତାଙ୍କ ସହ-ଅଭିନେତ୍ରୀଙ୍କ ପୋଷାକ ଏବଂ ସେମାନଙ୍କ କଂଫର୍ଟର ଯତ୍ନ ନେଉଥିବାର ନଜର ଆସିଛନ୍ତି। ଯେତେବେଳେ କେହି ତାଙ୍କ ଘରକୁ ଆସନ୍ତି, ସେ ଆଣିବା ପାଇଁ ଏବଂ ଛାଡିବା ପାଇଁ କବାଟ ପର୍ଯ୍ୟନ୍ତ ଯାଆନ୍ତି । ତାଙ୍କର ଏହି ଗୁଣଗୁଡିକ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ।
ବର୍ତ୍ତମାନ କିଙ୍ଗ ଖାନଙ୍କ ଏକ ପୁରୁଣା ଭିଡିଓ ଚର୍ଚ୍ଚାରେ ଅଛି, ଯେଉଁଥିରେ ଡ୍ରିମ ଗର୍ଲ ହେମା ମାଳିନି ତାଙ୍କ ସହ ନଜର ଆସିଛନ୍ତି। ଏହି ଭିଡିଓ Srkian_rutu ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି। ଯେଉଁଥିରେ ଶାହାରୁଖ ଖାନ ଏବଂ ହେମା ମାଳିନୀ ଏକ ପୁରସ୍କାର କାର୍ଯ୍ୟରେ ନଜର ଆସିଛନ୍ତି। ଭିଡିଓରେ ଶାହାରୁଖ ଖାନ ହେମା ମାଳିନୀଙ୍କୁ ପାହାଚ ଉପରକୁ ନେଇ ମଞ୍ଚ ଆଡକୁ ଯାଉଥିବାର ନଜର ଆସିଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ହେମା ସିଡି ଚଢୁଥିବା ବେଳେ ଚପଲ ତାଙ୍କ ପାଦରୁ ବାହାରି ଆସିଛି।
ଶାହାରୁଖ ଦେଖିବା ମାତ୍ରେ ହେମା ମାଳିନୀଙ୍କ ପାଦରୁ ଚପଲ ବାହାରି ଆସିଛି, ସେ ନିଜେ ଚପଲ ଉଠାଇ ନିଜ ହାତରେ ତାଙ୍କୁ ପିନ୍ଧାଇ ଦେଇଛନ୍ତି। ତା’ପରେ ସେ ବହୁତ ସମ୍ମାନ ସହିତ ହେମା ମାଳିନୀଙ୍କୁ ମଞ୍ଚକୁ ନେଇଯାଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଅନେକ ୟୁଜର୍ସ ଶାହାରୁଖ ଖାନଙ୍କୁ ତାଙ୍କ ଆଚରଣ ପାଇଁ କମେଣ୍ଟ କରିବା ସହ ପ୍ରଶଂସା କରୁଛନ୍ତି। ଭିଡିଓରେ ଶାହାରୁଖ ଖାନ ହେମା ମାଳିନୀଙ୍କ ଚପଲ ଉଠାଉଥିବା ବିଷୟରେ ୟୁଜର୍ସ ଅନେକ ମନ୍ତବ୍ୟ ଦେଉଛନ୍ତି।

Share