ସାଉଥ ସୁପରଷ୍ଟାରଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଶହନାଜ ଗିଲ

ମୁମ୍ବାଇ: ମନୋରଞ୍ଜନ ଜଗତର ନାମୀ ଆକ୍ଟ୍ରେସ ତଥା ଗାୟିକା ଶହନାଜ ଗିଲ ଏବେ ତାଙ୍କ ଅପକମିଂ ମୁଭି ‘କିସି କା ଭାଇ କିସି କି ଜାନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ଏହି ଫିଲ୍ମରେ ଶହନାଜ ବଲିଉଡରେ ତାଙ୍କର ଫିଲ୍ମ ପାଳିର ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଏକ ଏମିତି ମୁଭି ଯାହା ‘ବିଗ ବସ ୧୩’ ପରେ ପୁଣିଥରେ ଗୋଟିଏ ପରଦାରେ ସଲମାନ ଖାଁ ଓ ଶହନାଜ ଗିଲ ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ଯାଉଛନ୍ତି। ଏବେ କିନ୍ତୁ ଶହନାଜ କହୁଛନ୍ତି ଯେ ସେ ଦକ୍ଷିଣ ଭାରତର ସୁପରଷ୍ଟାର ୟଶଙ୍କ ସହ କାମ କରିବାକୁ ଚାହୁଁଛନ୍ତି।
ଶହନାଜ ତାଙ୍କ ମୁଭି ‘କିସି କା ଭାଇ କିସି କି ଜାନ’ର ପ୍ରମୋଶନରେ ଖୁବ ବ୍ୟସ୍ତ ଅଛନ୍ତି। ଏହାସହ କିଛି ରିୟଲିଟି ଶୋରେ ବି ଅଂଶଗ୍ରହଣ କରୁଛନ୍ତି। ସଲମାନଙ୍କ ମୁଭିରେ ସାଉଥର କେତେଜଣ ବଡ ବଡ କଳାକାର ବି ନଜର ଆସିବେ। ଏହାକୁ ନେଇ ଶହନାଜଙ୍କୁ ପ୍ରଶ୍ନ କରାଯିବାରୁ ସେ ଏହାର ଉତ୍ତର ଫଟାଫଟ ଦେଇଥିଲେ।
ଶହନାଜ କହିଥିଲେ ସାଉଥର ଷ୍ଟାରମାନେ ବହୁତ ଭଲ ଥିଲେ। ଭେଙ୍କଟେସ ସାର୍‌ ଫିଲ୍ମରେ ପୂଜାର ଭାଇ ଭୂମିକାରେ ନଜର ଆସିଛନ୍ତି। ସେହିପରି ଜଗପତି ସାର ଫିଲ୍ମରେ ଭିଲେନ ଭୂମିକାରେ ଅଭିନୟ କରିଛନ୍ତି। ସମସ୍ତେ ସମସ୍ତଙ୍କ ଜାଗାରେ ବହୁତ ବଡ ଅଛନ୍ତି। ସେମାନଙ୍କୁ ଲାଇଭ ଦେଖିବା ଆମ ପାଇଁ ବଡ କଥା। ତେବେ ସାଉଥ ଫିଲ୍ମରେ କାମ କରିବାକୁ ନେଇ ଶହନାଜ କହିଛନ୍ତି, ମୋତେ ବହୁତ ଖୁସି ଲାଗିବ ଯଦି ମୋତେ ସାଉଥ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିବ। ତେବେ ଜିଏଫ ଫେମ ୟଶ ମୋର ବହୁତ ପସନ୍ଦ ତେଣୁ ମୁଁ ତାଙ୍କ ସହ କାମ କରିବାକୁ ଚାହିଁବି।

Share