Categories: ଜାତୀୟ

ବିହାର ନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକାରେ ନାମ ନ ଥିବାରୁ ଦୁଃଖ ପ୍ରକାଶ କଲେ ଭାଜପା ନେତା

ପାଟନା,୧୨ ।୧୦: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ । ଇତିମଧ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି । ହେଲେ ଏହି ତାଲିକାରେ ଏମ୍‌ପି ରାଜୀବ ପ୍ରତାପ ରୁଡି ଓ ରାଷ୍ଟ୍ରୀୟ ପ୍ରବକ୍ତା ସøୟଦ ଶାହାନବାଜ ହୁସେନଙ୍କ ନାମ ସାମିଲ କରାଯାଇ ନାହିଁ । ଏବେ ଏହାକୁ ନେଇ ନାନା ପ୍ରଶ୍ନ ଉଠିଛି । ଦିନଥିଲା ଏମାନଙ୍କୁ ଭାଜପର ଯୁବନେତା ଭାବେ ପରିଚିତି ମିଳିଥିଲା ହେଲେ ଏବେ ଏମାନେ ସାଇଡଲାଇନକୁ ଚାଲି ଆସିଛନ୍ତି । ଶାହାନବାଜ ହୁସେନ କିଛି ବର୍ଷ ହେଲା ଲଗାତାର ଭାବେ ସଙ୍ଗଠନ ପାଇଁ କାମ କରି ଆସୁଥିବା ବେଳେ ରାଜୀବ ପ୍ରତାପ ଲଗାତାର ନିର୍ବାଚନ ଜିତି ଆସୁଥିଲେ ବି ଏଥର ତାଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ବଞ୍ଚିତ କରାଗଲା । ଏବେ ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କୁ ସାମିଲ କରାଯାଇ ନ ଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି । ସେ ରାଷ୍ଟ୍ରୟ ପ୍ରବକ୍ତା ହୋଇଥିଲେ ମଧ୍ୟ ଏବେ ତାଙ୍କୁ ବିଧାୟକର ସମ୍ମାନ ମିଳୁନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟେ ଶାହନବାଜ ହୁସେନ କରିଛନ୍ତି, ମୋତେ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ନ କରିବା ଦଳର ନିଷ୍ପତ୍ତି । ଏହାକୁ ମୁଁ ମାନି ନେଉଛି ଦଳପାଇଁ କାମ କରିବି । ହେଲେ ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ନବ ରତ୍ନ ମଧ୍ୟରୁ ଜଣେ ବୋଲି ସେ କହିଛନ୍ତି ।

Share