Categories: ଜାତୀୟ

ଛାତରୁ ଡେଇଁଲେ ମେଡିକାଲ ଛାତ୍ରୀ

ଶାହଜାହଁପୁର,୧୨।୮: ଉତ୍ତର ପ୍ରଦେଶର ଶାହଜାହାଁପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ବରୁଣ ଅର୍ଜୁନ ମେଡିକାଲ କଲେଜର ଜଣେ ଛାତ୍ରୀ ଛାତରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତରୁ ଡେଇଁବା ପୂର୍ବରୁ ସେ ଏକ ଭିଡିଓ ପ୍ରସ୍ତୁତ କରି ସମ୍ପୃକ୍ତ ମେଡିକାଲ କଲେଜ ପ୍ରଶାସନ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। ଭିଡିଓରେ ଛାତ୍ରୀ ଜଣଙ୍କ କହିଛନ୍ତି, ମୁଁ ରୁହେଲଖଣ୍ଡ ଶାହଜାହାଁପୁରରେ ଡ୍ୟୁଟୀ କରୁଛୁ। କରୋନା ସମୟରେ ମଧ୍ୟ କାମ କରୁଛୁ କିନ୍ତୁ ମାତ୍ର ୫ ହଜାର ଟଙ୍କା ଦରମା ମିଳୁଛି। ଦରମା ବଢୁନାହିଁ। ସ୍ବାସ୍ଥ୍ୟବୀମା ମଧ୍ୟ କରାଯାଉ ନାହିଁ। ଜୋର ଜବରଦସ୍ତ କାମ କରାଉଛନ୍ତି। ଖାଇବା ପିଇବା ବି ବନ୍ଦ କରିଦେଇଛନ୍ତି ବୋଲି ଛାତ୍ରୀ ଜଣଙ୍କ ଭିଡିଓରେ କହିଛନ୍ତି। ଛାତ୍ରୀଙ୍କ ଅଭିଯୋଗ ପରେ ତାଙ୍କ ସାଥୀମାନେ ମଧ୍ୟ ମେଡିକାଲ ପ୍ରଶାସନ ଉପରେ ସମାନ ଅଭିଯୋଗ ଆଣିଛନ୍ତି। ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି।

Share