ନିଜ ଠାରୁ ୧୪ ବର୍ଷ ସାନ ମୀରାଙ୍କୁ ବିବାହ ଏମିତି ସମ୍ଭାଳି ଥିଲେ ଶାହିଦ

ଅଭିନେତା ଶାହିଦ କପୁର ନିକଟରେ କରଣ ଜୋହରଙ୍କ ଶୋ’ କଫି ଓ୍ବିଥ୍‌ କରଣରେ କିଆରା ଆଡଭାନୀଙ୍କ ସହ ନଜର ଆସିଥିଲେ। ଏଠାରେ ଉଭୟ ସେଲିବ୍ରିଟି ବୃତ୍ତିଗତଠାରୁ ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା ହୋଇଥିଲେ। କରଣ ଜୋହର ଶାହିଦଙ୍କ ସ୍ତ୍ରୀ ମୀରା ରାଜପୁତଙ୍କୁ ପ୍ରଶଂସା କରି କହିଥିଲେ ଯେ, ସେ ତାଙ୍କ ସ୍ତ୍ରୀଙ୍କୁ ସେତିକି ସମର୍ଥନ କରିଛନ୍ତି କି ଯେତିକି ତାଙ୍କୁ ଆବଶ୍ୟକ।
ଏହାର ଜବାବରେ ଶାହିଦ କହିଛନ୍ତି, ଯେତେବେଳେ ଆମେ ବିବାହ କଲୁ, ମୋର ବୟସ ୩୪ ଥିଲା ଏବଂ ତାଙ୍କୁ ୨୦ ବର୍ଷ ହୋଇଥିଲା। ତେଣୁ ତାଙ୍କୁ ଛୋଟ ପିଲା ପରି ଯତ୍ନ ନେବା ଆବଶ୍ୟକ ଥିଲା। ସେ ତାଙ୍କ ଜୀବନରେ ସବୁକିଛି ଛାଡି ମୁମ୍ବାଇ ଆସିଥିଲେ। ଖୁବ୍‌ କମ ସମୟରେ ଆମେ ପରସ୍ପରକୁ ବୁଝିପାରିଥିଲୁ। ଏବେ ସବୁକିଛି ଠିକ୍‌ଠାକ୍‌ ଚାଲିଛି।
ୱାର୍କ ଫ୍ରଣ୍ଟରେ ଶାହିଦଙ୍କୁ ଅଲି ଅବ୍ବାସ ଜାଫରଙ୍କ ଆଗାମୀ ଆକ୍ସନ ଫିଲ୍ମରେ ଦେଖିବାକୁ ମିଳିବ। ସେହିପରି କିଆରା ଆଡଭାନି ଗୋବିନ୍ଦା ନାମ ମେରା ଫିଲ୍ମରେ ନଜର ଆସିବେ।

Share