୧୧ ବର୍ଷ ଧରି ଭାରତୀୟ ଜେଲରେ ବନ୍ଦୀ ଥିଲେ ଶହିଦ ଲତିଫ

ଇସଲାମାବାଦ,୧୧।୧୦: ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଭାରତର ମୋଷ୍ଟ ଓା୍ବଣ୍ଟେଡ୍‌ ଆତଙ୍କବାଦୀ ଶହିଦ ଲତିଫଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅଜଣା ଆକ୍ରମଣକାରୀମାନେ ତାଙ୍କୁ ସିଆଲକୋଟରେ ଗୁଳି କରି ହତ୍ୟା କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୬ରେ ପଞ୍ଜାବର ପଠାନକୋଟରେ ଅବସ୍ଥିତ ଏୟାର ବେସ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଦ୍ୱାରା କରାଯାଇଥିଲା। ଏହି ଆକ୍ରମଣରେ ୭ ଜଣ ଯବାନ ଶହୀଦ ହୋଇଥିଲେ। ଏନଆଇଏ ଅନୁସନ୍ଧାନରୁ ଜଣାପଡିଛି ଯେ, ଶହିଦ ଲତିଫ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ।

ଶହିଦ ଲତିଫଙ୍କୁ ୧୯୯୩ରେ ଆତଙ୍କବାଦ ଅଭିଯୋଗରେ ଭାରତରେ ଗିରଫ କରାଯାଇଥିଲା। ତାଙ୍କୁ କୋର୍ଟ ଚାଲାଣ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା। ଶହିଦ ଲତିଫ ପ୍ରାୟ ୧୧ ବର୍ଷ ଧରି ଏକ ଭାରତୀୟ ଜେଲରେ ବନ୍ଦୀ ହୋଇଥିଲେ। ଭାରତରେ ଦଣ୍ଡ ଶେଷ ହେବା ପରେ ତାଙ୍କୁ ୨୦୧୦ରେ ପାକିସ୍ତାନ ପଠାଯାଇଥିଲା। ଏନଆଇଏ ଅନୁସନ୍ଧାନରୁ ଜଣାପଡିଛି ଯେ, ଭାରତରୁ ବିତାଡିତ ହେବା ପରେ ଶହିଦ ଲତିଫ ପାକିସ୍ତାନର ଜିହାଦି କାରଖାନାକୁ ଯାଇଥିଲେ ଏବଂ ପଠାନକୋଟ ଆତଙ୍କବାଦୀ ଆକ୍ରମଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Share