Categories: ଖେଳ

‘ମୁଁ ଖୁସି ନୁହେଁ’

କରାଚି,୧୩।୧୧: ସୁପର-୧୨ ରାଉଣ୍ଡରେ କ୍ରମାଗତ ବିଜୟ ସତ୍ତ୍ୱେ ସେମିଫାଇନାଲରେ ହାରି ଟି-୨୦ ବିଶ୍ୱକପ୍‌ ଟୁର୍ନାମେଣ୍ଟରୁ ବାହାର ହୋଇଛି ପାକିସ୍ତାନ କ୍ରିକେଟ ଟିମ୍‌। ମାଥ୍ୟୁ ଓ୍ବେଡ ୧୯ତମ ଓଭରରେ ଶାହିନ ଆଫ୍ରିଦିଙ୍କ ବଲ୍‌ରେ ବିସ୍ଫୋରକ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ବିଜେତା କରାଇଥିଲେ। ଶାହିଦଙ୍କ ଓଭରର ଶେଷ ୩ଟି ବଲ୍‌ରେ ସେ କ୍ରମାଗତ ତିନୋଟି ଛକା ମାରି ମ୍ୟାଚ୍‌ ଶେଷ କରିଥିଲେ। ଏହାକୁ ନେଇ ପାକିସ୍ତାନର ପୂର୍ବ ଅଧିନାୟକ ଶାହିଦ ଆଫ୍ରିଦି ଭାବି ଜ୍ୱାଇଁ ଶାହିନଙ୍କ ବୋଲିଂ ଦେଖି ଖୁସି ନ ଥିବା କହିଛନ୍ତି।

ଶାହିଦ କହିଛନ୍ତି, ୧୯ତମ ଓଭରରେ ଭଲ ବୋଲିଂ କରିବା ଉଚିତ। ହେଲେ ଶାହିନଙ୍କ ପ୍ରଦର୍ଶନରେ ମୁଁ ଖୁସି ନୁହେଁ। ହାସନ ଅଲି କ୍ୟାଚ୍‌ ଛାଡ଼ିଦେଇଥିଲେ। ଏହାର ଅର୍ଥ ନୁହେଁ ଯେ ଆପଣ ଲଗାତାର ଭାବେ ତିନୋଟି ଛକା ଦେଇଦେବ। ଭଲ ଭାବେ ଚିନ୍ତା କରି ନିଜ ଗତିର ସଠିକ୍‌ ବ୍ୟବହାର କରିବା ଥିଲା। ସେ ଏଭଳି ବୋଲର ନୁହନ୍ତି ଯାହା ବିପକ୍ଷରେ ଏପରି ରନ୍‌ ସ୍କୋର କରାଯାଇପାରିବ। ଅଷ୍ଟ୍ରେଲିଆ ପାଳି ଆରମ୍ଭରେ ଆରୋନ ଫିଞ୍ଚଙ୍କୁ ସେ ଏଲ୍‌ବିଡବ୍ଲୁ କରିଥିଲେ ଶାହିନ। ହେଲେ ମ୍ୟାଚ୍‌ର ଶେଷ ଏପରି ହେବ ବୋଲି ସେ ସ୍ବପ୍ନରେ ସୁଦ୍ଧା କଳ୍ପନା କରି ନ ଥିଲେ ସେ। ସେମିଫାଇନାଲରେ ୪ ଓଭରରେ ଶାହିନ ୩୫ ରନ୍‌ ଦେଇ ୧ ଉଇକେଟ ନେଇଥିଲେ। ହେଲେ ନିଜର ଶେଷ ଓଭରରେ ୨୨ ରନ୍‌ ସଂଗ୍ରହ ଦେଇଥିଲେ ବୋଲି ସେ କହିଛନ୍ତି।

Share