Categories: ଖେଳ

ସଚିନଙ୍କ ବ୍ୟାଟ୍‌ରେ ଖେଳି ଏହି ପାକିସ୍ତାନ କ୍ରିକେଟରଙ୍କ ଜୀବନ ବଦଳି ଯାଇଥିଲା

ପାକିସ୍ତାନର ପୂର୍ବତନ ଖେଳାଳି ସହିଦ ଆଫ୍ରିଦି ୩୭ ବଲରେ ଶତକ ହାସଲ କରିଛନ୍ତି। ଏହା ସେତେବେଳେ ଦ୍ରୁତତମ ଏକଦିବସୀୟ ଶତକ ଥିଲା। ଏହି ରେକର୍ଡ ପ୍ରାୟ ୧୮ ବର୍ଷ ଧରି ଆଫ୍ରିଦିଙ୍କ ନାମରେ ଥିଲା। ଏବେ ଏବି ଡି ଭିଲିୟର୍ସ ଏକଦିବସୀୟ କ୍ରିକେଟରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ରଖିଛନ୍ତି। ସେ ୨୦୧୫ରେ ୩୧ଟି ବଲରେ ଏକ ଶତକ ହାସଲ କରିଥିଲେ।

ଆଫ୍ରିଦି ଶ୍ରୀଲଙ୍କା ବିପକ୍ଷରେ ୪୦ ବଲରେ ୧୦୪ ରନ ଭାଙ୍ଗିଥିଲେ। କିନ୍ତୁ ଖୁବ କମ ଲୋକ ଜାଣିଥିବେ ସେ ଏହି ଇନିଂସ ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ବ୍ୟାଟ୍‌ରେ ଖେଳିଥିଲେ। ସଚିନ ୱାକର ୟୁନିସଙ୍କ ତାଙ୍କ ବ୍ୟାଟ ଉପହାର ଦେଇଥିଲେ। ସହିଦ ଆଫ୍ରିଦିଙ୍କ ସହ ଖେଳିଥିବା ଅଜହର ମେହମୁଦ ଏହି ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଏହି ଇନିଂସ ପରେ ଆଫ୍ରିଦି ସମ୍ପୂର୍ଣ୍ଣ ବ୍ୟାଟ୍ସମ୍ୟାନ ହୋଇଥିଲେ। ଏହାପୂର୍ବରୁ ସେ ବୋଲର ଭାବେ ଖ୍ୟାତି ଅର୍ଜନ କରିଥିଲେ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଆଫ୍ରିଦ ତିନି ନମ୍ବରରେ ପଠାଯାଇଥିଲା ଏବଂ ସେ ୩୭ ଟି ବଲରେ ୧୧ଟି ଛକା, ୬ଟି ଚୌକା ସହ ଶତକ ହାସଲ କରିଥିଲେ। ତେନ୍ଦୁଲକରଙ୍କ ଉପହାରରେ ବ୍ୟାଟ ସହ ଆଫ୍ରିଦିଙ୍କ ପାଇଁ ଏହା ଏକ ସ୍ବତନ୍ତ୍ର ଇନିଂସ ଥିଲା।

Share