ଭବ୍ୟ ବଙ୍ଗଳା ସାଙ୍ଗକୁ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ମାଲିକ ଏହି ହ୍ୟାଣ୍ଡସମ୍‌ ଅଭିନେତା; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ହ୍ୟାଣ୍ଡସମ୍‌ ହଙ୍କ ଶାହିର ଶେଖ ଟେଲିପରଦାର ଏକ ଜଣାଶୁଣା ନାମ। ୨୦୦୯ରେ ‘କ୍ୟା ମସ୍ତ ହୈ ଲାଇଫ୍‌’ରୁ ସେ ନିଜର ଡେବ୍ୟୁ କରିଥିଲେ। ଏହା ପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ‘ମହାଭାରତ’, ‘କୁଛ ରଙ୍ଗ ପ୍ୟାର କେ ଐଶେ ଭି’, ‘ୟେ ରିସ୍ତେ ହୈ ପ୍ୟାର କେ’ ଭଳି ଅନେକ ସୁପରହିଟ୍‌ ଧାରାବାହିକରେ କାମ କରିଛନ୍ତି ସେ। ଏବେ ବର୍ଷକୁ ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଆସନ୍ତୁ ଜାଣିବା ଶାହିରଙ୍କ ମୋଟ ସମ୍ପତ୍ତି କେତେ?

ରୋଜଗାରକୁ ଦେଖିଲେ ଶାହିରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩ ମିଲିୟନ ଡଲାର। କେବଳ ଏତିକି ନୁହେଁ ଗୋଟିଏ ଦିନକୁ ସେ ୧.୨୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି। ୨୦୨୦-୨୧ରେ ତାଙ୍କର ରୋଜଗାର ବହୁତ ବଢ଼ିଛି।

ମୁମ୍ବାଇର ପୋଶ ଅଞ୍ଚଳରେ ଶାହିରଙ୍କ ଘର ରହିଛି। କେବଳ ଏତିକି ନୁହେଁ ଶାହିରଙ୍କ ପାଖରେ ଅନେକ ଦାମୀ କାର ରହିଛି। ତାଙ୍କର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ରହିଛି। ଏଥିରୁ ମଧ୍ୟ ସେ ବହୁତ ଲାଭ କମାଇଥାନ୍ତି।

Share