ଆଫ୍ରିଦୀଙ୍କ ଝିଅକୁ ବିବାହ କରିବେ ଶାହିନ

କରାଚୀ, ୮ା୩ (ପି.ଟି.)- ପାକିସ୍ତାନର ପୂର୍ବତନ କ୍ରିକେଟ ଅଧିନାୟକ ଶାହିଦ ଆଫ୍ରିଦୀଙ୍କ ଝିଅକୁ ବିବାହ କରିବେ ବର୍ତ୍ତମାନ ଜାତୀୟ ଦଳର ପେସ୍‌ ବୋଲର ଶାହିନ ଶାହ ଆଫ୍ରିଦୀ। ଆଫ୍ରିଦୀ କହିଛନ୍ତି ଶାହିନଙ୍କ ପରିବାର ତାଙ୍କ ଝିଅକୁ ବୋହୂ କରି ନେବାଲାଗି ପ୍ରସ୍ତାବ ଦେଇଥିଲେ। ଉଭୟ ପରିବାର ବିବାହ ପ୍ରସ୍ତାବରେ ରାଜି ହୋଇଛନ୍ତି। ଖୁବ୍‌ ଶୀଘ୍ର ବିବାହ ତାରିଖ ଘୋଷଣା କରାଯିବ। ଶାହିନଙ୍କ ପିତା ଆୟାଜ ଖାନ୍‌ ମଧ୍ୟ ଏ ବିଷୟ ସ୍ପଷ୍ଟ କରିଛନ୍ତି। ଉଭୟ ଆଫ୍ରିଦୀ ଓ ଶାହିନଙ୍କୁ ନିକଟରେ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ରେ ଦେଖିବାକୁ ମିଳିଥିଲା। ବହୁ କରୋନା ପଜିଟିଭ ଚିହ୍ନଟ ପରେ ଟୁର୍ନାମେଣ୍ଟକୁ ଅଧାରୁ ସ୍ଥଗିତ ରଖାଯାଇଥିଲା।

Share