Categories: ଖେଳ

ଏସିଆ କପ୍‌ ପୂର୍ବରୁ ପାକିସ୍ତାନକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୨୦।୮: ପାକିସ୍ତାନ ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଦ୍ରୁତ ବୋଲର ଶାହିନ୍‌ ଆଫ୍ରିଦି ଆହତ ହେବା କାରଣରୁ ଏସିଆ କପ୍‌ରୁ ବାଦ୍‌ ପଡ଼ିଛନ୍ତି। ଗଲ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ବେଳେ ଶାହିନଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଛି। ଏହାକୁ ନେଇ ତାଙ୍କୁ ୪-୬ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।
ଶାହିନ୍‌ ଏସିଆ କପ୍‌ ବ୍ୟତିତ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍‌ ମଧ୍ୟ ଖେଳିପାରିବେ ନାହିଁ। ହେଲେ ସେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ପୂର୍ବରୁ ମଇଦାନକୁ ଫେରିବେ ବୋଲି ଆଶା କରାଯାଉଛି।

Share