Categories: ଖେଳ

ପିତା ହୋଇଥିବା ବୁମ୍‌ରାଙ୍କୁ ଶାହିନ ଦେଲେ ଖାସ୍‌ ଉପହାର, ହୃଦୟ ଜିଣୁଛି…

କଲମ୍ବୋ,୧୨।୯: ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ମଝିରେ ପିତା ହୋଇଛନ୍ତି ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା। ଏହାକୁ ନେଇ ତାଙ୍କୁ ସାଥୀ କ୍ରିକେଟରମାନେ ଅଭିନନ୍ଦନ ଜଣାଉଛନ୍ତି। ରବିବାର ଖେଳାଯାଇଥିବା ଟୁର୍ନାମେଣ୍ଟର ସୁପର-୪ ମୁକାବିଲା ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଏହା ରିଜର୍ଭ ଡେ’ରେ ଖେଳାଯାଇଥିଲା। ତେବେ ବର୍ଷାର ଲୁଚକାଳି ଭିତରେ ଭାରତ ଏବଂ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମଧୁର ସମ୍ପର୍କର ନୂଆ ଅଧ୍ୟାୟ ଦେଖିବାକୁ ମିଳିଥିଲା। ଭାରତ ବିପକ୍ଷରେ ଜବରଦସ୍ତ ବୋଲିଂ କରିଥିବା ଶାହିନ ଶାହ ଆଫ୍ରିଦି ବାପା ହେବା ଖୁସିରେ ବୁମ୍‌ରାଙ୍କୁ ଶୁଭକାମନା ଜଣାଇଥିଲେ। ଏଥିସହ ତାଙ୍କୁ ଏକ ଉପହାର ଦେଇ ପୁଅ ଅଙ୍ଗଦ ସବୁବେଳେ ଖୁସିରେ ରୁହନ୍ତୁ ବୋଲି ଆଶୀର୍ବାଦ କରିଥିଲେ।

ପାକିସ୍ତାନ କ୍ରିକେଟ ବୋର୍ଡ ଉଭୟଙ୍କ ଏହି ସ୍ବତନ୍ତ୍ର ମୂହୁର୍ତ୍ତର ଭିଡିଓ ଜାରି କରିଛି। ଭିଡିଓରେ ବୁମ୍‌ରାଙ୍କୁ ଭେଟି ଶାହିନ ଶୁଭକାମନା ଜଣାଉଛନ୍ତି। ଏହାର ପ୍ରତି ଉତ୍ତର ଦେଇ ବୁମ୍‌ରା ତାଙ୍କୁ ଧନ୍ୟବାଦ ଜଣାଉଛନ୍ତି। ଏବେ ଏହି ଭିଡିଓଟି ବେଶ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:

Share