ନଭେମ୍ବରରେ ଶାହବାଜଙ୍କ ଚାଇନା ଗସ୍ତ,ଋଣ ପରିଶୋଧ କୋହଳ ପାଇଁ ଅନୁରୋଧ କରିବ ପାକିସ୍ତାନ…

ଇସଲାମାବାଦ,୨୦।୧୦ : ନଭେମ୍ବରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଚାଇନା ଗସ୍ତ କରିବେ। ପାକିସ୍ତାନ ସରକାରର ମନ୍ତ୍ରୀ ଅହସାନ ଇକବାଲ ଇସଲାମାବାଦରେ ଗଣମାଧ୍ୟମକୁ ସୂଚନା ଦେଇ ଏହି ଗସ୍ତ ସମ୍ପର୍କରେ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ମାସ ନଭେମ୍ବରରେ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡୋର (ସିପିଇସି) ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଶାହାବାଜଙ୍କ ଗସ୍ତରେ ଯୋଗୁ ଏକ ନୂତନ ବିକଶିତ ଦିଗ ମିଳିବ ବୋଲି ଆଶା କରାଯାଉଛି।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଶାହବାଜ ପାକିସ୍ତାନ ଚାଇନାଠାରୁ ନେଇଥିବା ଋଣ ପରିଶୋଧ କୋହଳ କରିବାକୁ ଅନୁରୋଧ କରିବେ।

ଅର୍ଥମନ୍ତ୍ରୀ ଇଶାକ ଡାର କହିଛନ୍ତି ଯେ ଋଣ ପରିଶୋଧ କରିବା ଏବଂ ବର୍ତ୍ତମାନର ଆକାଉଣ୍ଟ ଅଭାବକୁ ପୂରଣ କରିବା ପାଇଁ ପାକିସ୍ତାନକୁ ଚଳିତ ବର୍ଷ ପ୍ରାୟ ୩୪ ବିଲିୟନ ଡଲାର ଆବଶ୍ୟକ।

ତେବେ ମନ୍ତ୍ରୀ ଇକବାଲ କହିଛନ୍ତି ଯେ ଇମ୍ରାନ ଖାନଙ୍କ ନେତୃତ୍ୱରେ ପୂର୍ବ ସରକାର ସମୟରେ ସିପିଇସି ପ୍ରକଳ୍ପରେ କୌଣସି ଅଗ୍ରଗତି ହୋଇନଥିଲା। ପ୍ରଧାନମନ୍ତ୍ରୀ ଶାହବାଜ ସେହି ଯୋଜନାଗୁଡିକ ଉପରେ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି।

Share