Categories: ଜାତୀୟ

ଆଇନ ବ୍ୟବସ୍ଥା ଦେଖିବା ଆପଣଙ୍କ ଦାୟିତ୍ୱ: ଶାହାବାଦ ହତ୍ୟା ଘଟଣା ଉପରେ ଏଲ୍‌ଜିଙ୍କୁ ଏଭଳି କହିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ଲେଫ୍ଟନାଣ୍ଟ ଗଭର୍ନର (ଏଲ୍‌ଜି)ଭି.କେ ସାକ୍ସେନାଙ୍କୁ ଶାହାବାଦ ଡେୟରୀ ଅଞ୍ଚଳରେ ନାବାଳିକା ହତ୍ୟା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏଲଜିଙ୍କୁ କହିଛନ୍ତି, ସହରରେ ଆଇନଶୃଙ୍ଖଳା ବଜାୟ ରଖିବା ଆପଣଙ୍କର ଦାୟିତ୍ୱ ଅଟେ।

କେଜ୍‌ରିଓ୍ବାଲ ଟୁଇଟ୍‌ କରି କହିଛନ୍ତି, ଦିଲ୍ଲୀରେ ଜଣେ ନାବାଳିକାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ। ଉପରାଜ୍ୟପାଳ ସାହେବ ଆଇନଶୃଙ୍ଖଳା ହେଉଛି ଆପଣଙ୍କର ଦାୟିତ୍ୱ। କିଛି କରନ୍ତୁ, ଦିଲ୍ଲୀର ଲୋକଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ଆମ ଆଦମୀ ପାର୍ଟି (ଏଏପି)ର ବରିଷ୍ଠ ନେତା ଅତିଶୀ ମଧ୍ୟ ଏହି ଘଟଣାରେ ଉପରାଜ୍ୟପାଳଙ୍କୁ ସମାଲୋଚନା କରି କହିଛନ୍ତି ଯେ, ମୁଁ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ନରଙ୍କୁ ମନେ ପକାଇବାକୁ ଚାହୁଁଛି ଯେ, ଦିଲ୍ଲୀର ଲୋକଙ୍କୁ ସୁରକ୍ଷା ଦେବା ସମ୍ବିଧାନ ତାଙ୍କୁ ଦାୟିତ୍ୱ ଦେଇଛି। କିନ୍ତୁ ସେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାରେ ନିଜର ସମସ୍ତ ସମୟ ଅତିବାହିତ କରୁଛନ୍ତି। ଦିଲ୍ଲୀର ମହିଳାମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଉପରାଜ୍ୟପାଳଙ୍କୁ ଅନୁରୋଧ କରୁଛି।

Share