କରୋନାରେ ଶାହାବୁଦ୍ଦିନ୍‌ଙ୍କ ପରଲୋକ…

ନୂଆଦିଲ୍ଳୀ/ପାଟନା,୧।୫: କରୋନାରେ ଆକ୍ରାନ୍ତ ହୋଇ ବିହାରର ଆରଜେଡିର ପୂର୍ବତନ ଏମ୍‌ପି ମହମ୍ମଦ ଶାହାବୁଦ୍ଦିନ୍‌ଙ୍କ ପରଲୋକ ଶନିବାର ଘଟିଛି। ସେ ଦିଲ୍ଲୀର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପୂର୍ବରୁ ଏହି ଖବରକୁ ଗୁଜବ ବୋଲି କୁହାଯାଉଥିଲା। ତେବେ ପରେ ଏହା ସତ୍ୟ ଖବର ବୋଲି ସୂଚନା ଦିଆଯାଇଛି। ତିହାର ଜେଲ୍‌ରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଶହାବୁଦ୍ଦିନଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ୨୦ ଏପ୍ରିଲ୍‌ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା।

Share