ବାଂଲାଦେଶର ଆଗାମୀ ରାଷ୍ଟ୍ରପତି ହେବେ ମହମ୍ମଦ ସହାବୁଦ୍ଦିନ ଚୁପ୍ପୁ

ଢାକା,୧୨।୨: ବାଂଲାଦେଶର ୨୨ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମହମ୍ମଦ ସହାବୁଦ୍ଦିନ ଚୁପ୍ପୁ। ପାର୍ଲାମେଣ୍ଟରେ ନିରଙ୍କୁଶ ସଂଖ୍ୟାଗରିଷ୍ଠ ଥିବା ଶାସକ ଦଳ ଆଓ୍ବାମି ଲିଗ୍‌ ଚୁପ୍ପୁଙ୍କୁ ଦେଶର ଏହି ସର୍ବୋଚ୍ଚ ପଦବୀ ଲାଗି ମନୋନୀତ କରିଛି। ସାଧାରଣ ସମ୍ପାଦକ ଓବୈଦୁଲ କ୍ୱାଦେରଙ୍କ ନେତୃତ୍ୱରେ ଆଓ୍ବାମି ଲିଗ୍‌ର ପ୍ରତିନିଧି ଦଳ ରବିବାର ନିର୍ବାଚନ କମିଶନଙ୍କ ନିକଟରେ ଚୁପ୍ପୁଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ଆଓ୍ବାମୀ ଲିଗ୍‌ର ମୁଖ୍ୟ ଶେଖ୍‌ ହାସିନା ଚୁପ୍ପୁଙ୍କୁ ଦଳର ପ୍ରଚାର ଏବଂ ପ୍ରକାଶନ ସବ୍‌କମିଟିର ଅଧ୍ୟକ୍ଷ ପଦ ପାଇଁ ମନୋନୀତ କରିଥିଲେ।

Share