‘ଆର୍‌ଆର୍‌ଆର୍‌’କୁ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ: ଶାହାରୁଖ କହିଲେ ଆହୁରି ଆଓ୍ବାର୍ଡ ଆସିବାକୁ ବାକି ଅଛି

ମୁମ୍ବାଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ସୁପରହିଟ୍‌ ଗୀତ ‘ନାଟୁ ନାଟୁ’ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ଜିତିଛି। ଅନ୍ତର୍ଜାତୀୟ ସ୍ତରରେ ଏହି ସଫଳତା ହାସଲ କରିବା ଭାରତୀୟ ଚଳଚ୍ଚିତ୍ର ପାଇଁ ଗର୍ବର ବିଷୟ। ଦକ୍ଷିଣରୁ ବଲିଉଡ ପର୍ଯ୍ୟନ୍ତ ସେଲିବ୍ରିଟିମାନେ ‘ଆର୍‌ଆର୍‌ଆର୍‌’ ଟିମ୍‌କୁ ଶୁଭେଚ୍ଛା ଜଣାଉଛନ୍ତି। ଏହିକ୍ରମରେ ଅଭିନେତା ଶାହାରୁଖ ଖାନ୍‌ ‘ଆର୍‌ଆର୍‌ଆର୍‌’ର ସଫଳତାକୁ ନେଇ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ଏବେ ଆହୁରି ଆଓ୍ବାର୍ଡ ଆସିବାକୁ ବାକି ଅଛି। ଆମକୁ ଭାରତକୁ ଗର୍ବିତ କରିବାକୁ ପଡିବ ବୋଲି ସେ କହିଛନ୍ତି।

Share