ପ୍ରଥମ ମୁଭିରେ ଅଗସ୍ତ୍ୟ ନନ୍ଦାଙ୍କ ସହ ଲିପଲକ ସିନରେ ନଜର ଆସିଲେ ଶାହରୁଖଙ୍କ ଲାଡଲି

ମୁମ୍ବାଇ: ଜୋୟା ଅଖତରଙ୍କ ମୁଭି ‘ଦ ଆର୍ଚିଜ’ ଗୁରୁବାର ଅର୍ଥାତ୍‌ ୭ ଡିସେମ୍ବରରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଛି। ଫିଲ୍ମଟି ଦର୍ଶକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି। ଏହି ମୁଭି ମାଧ୍ୟମରେ ଅଭିନୟ ଜଗତରେ ପ୍ରବେଶ କରିଥିବା ଶାହରୁଖ ଖାଁଙ୍କ ଲାଡଲି ସୁହାନାଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ଫିଲ୍ମରୁ ସୁହାନାଙ୍କ କିଛି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କେବଳ ସୁହାନା ନୁହଁନ୍ତି ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା ଏବଂ ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ମଧ୍ୟ ‘ଦ ଆର୍ଚିଜ’ରେ ଡେବ୍ୟୁ କରିଛନ୍ତି। ଏହି ତିନିଜଣଙ୍କର ଭିନ୍ନ ଅନ୍ଦାଜ ଫିଲ୍ମରେ ଦେଖିବାକୁ ମିଳିଛି। ଯାହାକୁ ଦର୍ଶକ ମଧ୍ୟ  ପସନ୍ଦ କରଛନ୍ତି। ପ୍ରଥମ ମୁଭିରେ  ସୁହାନା ଅଗସ୍ତ୍ୟ ନନ୍ଦାଙ୍କ ସହ ଲିପଲକ ସିନରେ ନଜର ଆସିଛନ୍ତି। ଉଭୟଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଫିଲ୍ମରେ ଦେଖିବାକୁ ମିଳିଛି।
ଏହା ବ୍ୟତୀତ ଖୁସୀ କପୁର ମଧ୍ୟ ପ୍ରଥମ ମୁଭିରୁ ଚଳଚ୍ଚିତ୍ର ଉପରେ ଛାଇ ଯାଇଛନ୍ତି। ଏଥିରେ ସେ ଅଗସ୍ତ୍ୟଙ୍କ ବେଷ୍ଟୀ ଭୂମିକାରେ ଅଭିନୟ କରିଥିଲେ। ଯାହାକୁ ସେ ମଧ୍ୟ ପସନ୍ଦ କରନ୍ତି। ମୁଭିରେ ଆପଣ କେବଳ ସୁହାନା ନୁହେଁ ବରଂ ଖୁସି କପୁରଙ୍କ ସହ ଅଗସ୍ତ୍ୟ ନନ୍ଦାଙ୍କ ଲିପସିନ୍‌ ଦେଖିବାକୁ ପାଇବେ। ଏହି ଦୃଶ୍ୟର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ଷ୍ଟାର କିଡ୍ସ ସୁହାନା ଖାଁ, ଅଗସ୍ତ୍ୟ ନନ୍ଦା, ଖୁସି କପୁରଙ୍କ ବ୍ୟତୀତ ଆଦିତ୍ୟ ସେହଗଲ, ଯୁବରାଜ ମେଂଡା, ମିହିର ଅହୁଜା ଏବଂ ବେଦଙ୍ଗ ରାଇନା ମଧ୍ୟ ଏଥିରେ ଡେବ୍ୟୁ କରିଛନ୍ତି। ଅମିତାଭ ବଚ୍ଚନ, ଶାହରୁଖ ଖାଁ, ରଣବୀର ସିଂ, ଐଶ୍ୱର୍ଯ୍ୟା ରାୟଙ୍କ ପରି ଅନେକ ବଡ ସେଲିବ୍ରିଟି ଫିଲ୍ମର ପ୍ରିମିୟରରେ ପହଞ୍ଚିଥିଲେ।