ୱାର୍ଲଡ କ୍ଲାସ୍‌ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବେ ଶାହାରୁଖ

ବଲିଉଡ଼ ବାଦଶାହ ଶାହାରୁଖ ଖାନ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁନ୍ତି। ସମସ୍ତେ ଜାଣନ୍ତି ଯେ ଶାହାରୁଖ କ୍ରିକେଟର ବଡ଼ ଫ୍ୟାନ୍‌ । ନିକଟରେ ଆମେରିକାର ଲସ ଏଞ୍ଜେଲସରେ ସେ ଏକ ବିଶ୍ୱ ସ୍ତରୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବାକୁ ଯାଉଛନ୍ତି ଶାହାରୁଖ। ଯେଉଁଥିରେ ୧୦ ହଜାର ଲୋକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯିବ। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିପାଇଁ ଶାହାରୁଖ ଏହାର ଏକ ବିବୃତ୍ତି ମଧ୍ୟ ଜାରି କରିଛନ୍ତି। ଲସ ଏଞ୍ଜେଲସରେ ବିଶ୍ୱ ସ୍ତରୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପାଇଁ ତାଙ୍କ କ୍ରିକେଟ ଦଳ କେକେଆର ଆମେରିକାର ମେଜର ଲିଗ କ୍ରିକେଟ ଟି -୨୦ ସହ ସହଯୋଗ କରିବ ବୋଲି ସୂଚନା ଦିଆଯାଇଛି। ଏହି ପ୍ରକଳ୍ପରେ ଅନେକ ମିଲିୟନ ଡଲାରର ପୁଞ୍ଜି ବିନିଯୋଗ ହେବ।

Share