ସାଉଥ୍‌ରେ ଧମାଲ ମଚେଇବେ କିଙ୍ଗ ଖାନ୍‌

ମୁମ୍ବାଇ: ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ହାତରେ ଏବେ କେତେ ଗୁଡିଏ ଅଫର ରହିଛି । ସେଥିମଧ୍ୟରୁ ସାଉଥ୍ ମୁଭିରେ ତାଙ୍କର ଅଭିନୟକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ । ଟଲିଉଡ୍ ନିର୍ଦ୍ଦେଶକ ଏଟଲି କୁମାରଙ୍କ ସହ ଶାହାରୁଖ ଏକ ଆକ୍ସନ ଡ୍ରାମା ମୁଭି କରିବାକୁ ଯାଉଛନ୍ତି । ଏହି ମୁଭିକୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ସାମ୍ନାକୁ ଆସୁଛି । ଏଥିରେ ଶାହାରୁଖଙ୍କ ସହ ନୟନତାରା ତଥା ପ୍ରିୟାମଣିଙ୍କ ଭଳି ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ଟାଇଟଲ ନିର୍ଦ୍ଧାରିତ ନ ହୋଇ ଥିଲେ ବି ଏହାର ଶୁଟିଂ ଆରମ୍ଭ ହୋଇଯାଇଛି । ଏହାର କାହାଣୀ ଏକ ବ୍ୟାଙ୍କ ରବରି ଉପରେ ଆଧାରିତ । ଏଥିରେ ଶାହାରୁଖ ଡବଲ ରୋଲରେ ନଜର ଆସିବେ । ଗୋଟିଏ ପଟେ ଜଣେ ପୋଲିସ ଓ ଅନ୍ୟପଟେ ଜଣେ କ୍ରିମିନାଲ ଭାବେ ନଜର ଆସିବେ ଶାହାରୁଖ । ନୟନତାରା, ପ୍ରିୟାମଣିଙ୍କ ବିନା ଗୁଲଶନ ଗ୍ରୋଭର,ସାନ୍ୟା ମାଲହୋତ୍ରାଙ୍କ ଭଳି କଳାକାରଙ୍କୁ ବି ଏଥିରେ ଦେଖିବାକୁ ମିଳିବ ।

Share