ଆର୍ୟନଙ୍କ ସହ ମାତ୍ର ଦୁଇ ମିନିଟ୍‌ କଥା ହେଲେ ପିତା ଶାହାରୁଖ, କାନ୍ଦି ପକାଇଲେ ପୁଅ

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ରେଭ୍‌ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ରବିବାର ବଲିଉଡ୍‌ କିଙ୍ଗ୍‌ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ ଗିରଫ ହେବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ତାଙ୍କୁ ଲଗାତର ପଚରାଉଚରା ଜାରି ରଖିଛି। ପଚରାଉଚରା ବେଳେ କାନ୍ଦି ପକାଇଥିଲେ ଆର୍ୟନ।

ଆର୍ୟନ କେବଳ ଭାରତରେ ନୁହେଁ, ୟୁକେ, ଦୁବାଇ ଏବଂ ଅନ୍ୟ ଦେଶରେ ମଧ୍ୟ ଡ୍ରଗ୍ସ ସେବନ କରିଛନ୍ତି ବୋଲି ଏନ୍‌ସିବି ନିକଟରେ ମାନିଛନ୍ତି। ଆର୍ୟନଙ୍କ ସହ ଗିରଫ ହୋଇଥିବା ଅର୍‌ବାଜଙ୍କୁ ସେ ପ୍ରାୟ ୧୫ ବର୍ଷ ହେବ ଜାଣିଛନ୍ତି ଏବଂ ଉଭୟ ବହୁତ ପୁରୁଣା ବନ୍ଧୁ ବୋଲି କହିଛନ୍ତି।

ଏନସିବି ନିଜ୍‌ ଲ୍ୟାଣ୍ଡଲାଇନ ଫୋନ୍‌ ଜରିଆରେ ଆର୍ୟନଙ୍କୁ ତାଙ୍କ ପିତା ଶାହରୁଖଙ୍କ ସହ ପ୍ରାୟ ୨ ମିନିଟ୍‌ କଥା ହେବାର ସୁଯୋଗ ଦେଇଛି। ପିତାଙ୍କ ସହ କଥା ହେବା ବେଳେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ ଆର୍ୟନ।

Share