ରିଲିଜ୍‌ ପୂର୍ବରୁ ବିଦେଶରେ ବମ୍ପର ରୋଜଗାର କଲା ‘ପଠାନ’

ବଲିଉଡର ମେଗା ସୁପରଷ୍ଟାର ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ରିଲିଜ୍‌ ପୂର୍ବରୁ ଏହି ଫିଲ୍ମ ଅଗ୍ରୀମ ବୁକିଂରେ ରେକର୍ଡ କରିଛି। ଫିଲ୍ମଟି ବିଦେଶରେ ବମ୍ପର ରୋଜଗାର କରିଛି।
ଏହି ଆକ୍ସନ ପ୍ୟାକେଜ ଫିଲ୍ମର କ୍ରେଜ୍‌ ଭାରତ ତଥା ବିଦେଶରେ ମଧ୍ୟ ଦେଖାଯାଉଛି। କୁହାଯାଉଛି ଯେ, ଅଗ୍ରୀମ ବୁକିଂ ମାଧ୍ୟମରେ ରିଲିଜ ପୂର୍ବରୁ ‘ପଠାନ’ ଅଷ୍ଟ୍ରେଲିଆ, ଆମେରିକା, ୟୁଏଇ ଏବଂ ଜର୍ମାନୀ ଭଳି ଦେଶରେ ବହୁତ ଟଙ୍କା ରୋଜଗାର କରିଛି।
ଲେଟ୍‌ସ ସିନେମାର ଟୁଇଟ ଅନୁଯାୟୀ, ‘ପଠାନ’ ଆମେରିକାରେ ଅଗ୍ରୀମ ବୁକିଂରେ ୩ ଲକ୍ଷ ଡଲାର ଅର୍ଥାତ୍‌ ୨.୩ କୋଟି ସଂଗ୍ରହ କରିଛି। ଅନ୍ୟ ପଟେ, ବକ୍ସ ଅଫିସ ୱାଲର୍‌ଡ ଡଟ କମ ରିପୋର୍ଟ ଅନୁଯାୟୀ, ସଂଯୁକ୍ତ ଆରବ ଏମିରେଟ୍ସ ଅର୍ଥାତ୍‌ ୟୁଏଇରେ ୬୫ ହଜାର ଡଲାର ଭାରତୀୟ ଟଙ୍କା ଅନୁଯାୟୀ ‘ପଠାନ’ ଏପର୍ଯ୍ୟନ୍ତ ପ୍ରାୟ ୫୨,୮୩,୫୫୭ ଟଙ୍କା ରୋଜଗାର କରିଛନ୍ତି। ଏଠାରେ ‘ପଠାନ’ର ୪୫୦୦ ହଜାର ଟିକେଟ ଆଗରୁ ବିକ୍ରି ହୋଇସାରିଛି।
ଏହା ବ୍ୟତୀତ ଅଷ୍ଟ୍ରେଲିଆରେ ଶାହରୁଖ ଖାନଙ୍କ ‘ପଠାନ’ ୭୫,୦୦୦ ଅଷ୍ଟ୍ରେଲିୟ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୪୨ ଲକ୍ଷ ୫୫ ହଜାର ୯୦୫ ଟଙ୍କା ସଂଗ୍ରହ କରିଛି। ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆରେ ଏହି ଫିଲ୍ମର ପ୍ରାୟ ୩୦୦୦ ଟିକେଟ ଆଗରୁ ବୁକ ହୋଇଛି। ଜର୍ମାନୀରେ ‘ପଠାନ’ ୧୫୦୦୦ ୟୁରୋ ଅର୍ଥାତ୍‌ ପ୍ରାୟ ୧ କୋଟି ୩୨ ଲକ୍ଷ, ୨୧ ହଜାର ୨୮୯ ଟଙ୍କା ରୋଜଗାର କରିଛି। ଜର୍ମାନୀରେ ଶାହରୁଖ ଖାନଙ୍କ ପଠାନର ପ୍ରଥମ ଦିନ ପାଇଁ ୪୫୦୦ ଟିକେଟ୍‌ର ଅଗ୍ରୀମ ବୁକିଂ କରାଯାଇଛି। ‘ପଠାନ’ ଜାନୁଆରୀ ୨୫ରେ ମୁକ୍ତିଲାଭ କରିବ।

Share