ରିଲିଜ ପୂର୍ବରୁ ଆରମ୍ଭ ହେଲାଣି ‘ପଠାନ’ର ଜଲୱା

ମୁମ୍ବାଇ: ବେଶକିଛି ଦିନ ପରେ ବଡ ପରାଦାକୁ ଫେରୁଛନ୍ତି କିଙ୍ଗ ଖାଁ ଶାହାରୁଖ । ଫିଲ୍ମ ‘ପଠାନ’ ମାଧ୍ୟମରେ ସେ ଦର୍ଶକଙ୍କ ମନୋରଞ୍ଜନ କରିବେ । ଏହାରି ଭିତରେ କିନ୍ତୁ ପଠାନକୁ ନେଇ ଚର୍ଚ୍ଚା ଯୋର ଧରିଛି । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଧମାକା ଆରମ୍ଭ କରି ସାରିଲାଣି । ଏବେ ଫିଲ୍ମ ‘ପଠାନ’ ଅଷ୍ଟ୍ରେଲିଆ, ୟୁଏଇ, ୟୁଏସ ଓ ଜର୍ମାନୀ ଭଳି ଦେଶରେ ଟିକଟେ ଆଡଭାନ୍ସ ବୁକିଂକୁ ନେଇ ଆସିଛି ଚର୍ଚ୍ଚାକୁ । ଫଳରେ ଫିଲ୍ମ ରିଲିଜ ପୂର୍ବରୁ ଓଭରସିଜ କଲେକଶନ ଆରମ୍ଭ କରିଦେଇଛି । ଖବର ଆସିଛି କି ଜର୍ମାନୀରେ ପଠାନର କଲେକସନ ସାଇଥର ଏକ ବଡ ମୁଭିକୁ ପଛରେ ପକାଇ ଦେଇଛି ।
ଓଭରସିଜ ବମ୍ପର ଆଡଭାନ୍ସ ବୁକିଂ ଓ କଲେକସନକୁ ନେଇ ଶାହାରୁଖ ଖାଁଙ୍କ ଫିଲ୍ମ ‘ପଠାନ’ର ସବୁଠି ଚର୍ଚ୍ଚା ଚାଲିଛି । ରିଲିଜର ୮ ଦିନ ପୂର୍ବରୁ ବିଦେଶରେ ଜଲୱା ଦେଖାଇଛି ମୁଭି । ଏତିକିବେଳେ ଜର୍ମାନୀରେ କୌଣସି ଭାରତୀୟ ଫିଲ୍ମର ବ୍ୟବସାୟକୁ ଦେଖିଲେ ’ପଠାନ’ ସାଉଥର ରକିଂ ସୁପରଷ୍ଟାରଙ୍କ ବ୍ଲକବୁଷ୍ଟର ଫିଲ୍ମ ‘କେଜିଏଫ ଚାପ୍ଟର ୨’କୁ ପଛରେ ପକାଇ ଦେଇଛି ।
ଆଜତକର ରିପୋର୍ଟ ଅନୁଯାୟୀ, କେଜିଏଫ ୨ ଜର୍ମାନୀରେ ୧୪୪ ୟୁରୋ କଲେକସନ କରିଛି । ଯାହାର ଭାଲ୍ୟୁ ଭାରତୀୟ ମୁଦ୍ରାରେ ପ୍ରାୟ ୧.୨ କୋଟି ହେବ । ‘ପଠାନ’ ରିଲିଜ ପୂର୍ବରୁ ଟିକେଟ ଆଡଭାନ୍ସ ବୁକିଂ ଜରିଆରେ ଜର୍ମାନୀରେ ୧୫୦ ୟୁରୋ ଅର୍ଥାତ୍ ୧.୩୨ କୋଟି ଆୟ କରିଛି । ଏଥିରୁ ସ୍ପଷ୍ଟ ହେଉଛି କି ସାଉଥର ରକି ଭାଇଠାରୁ ଆଗକୁ ଚାଲିଯାଇଛି ‘ପଠାନ’ ।
ଶାହାରୁଖ ଖାଁଙ୍କ ପ୍ରଶଂସକ ବିଶ୍ୱର କୋଣେ କୋଣେ ରହିଛନ୍ତି । ଫଳରେ ବିଦେଶରେ ‘ପଠାନ’ର ଆଡଭାନ୍ସ ବୁବିଂ ଜାରି ରହିଛି । ଫଠାନର ଫାଷ୍ଟ ଡେ ଫାଷ୍ଟ ଶୋ ଅର୍ଥାତ୍ ଓପନିଂ ଡେ ପାଇଁ ଜର୍ମାନୀରେ ଏବେ ପର୍ଯ୍ୟନ୍ତ ୪୦୦୦ ଟିକେଟର ଆଡଭାନ୍ସ ବୁକିଂ ହୋଇସାରିଲାଣି । ୱିକଏଣ୍ଡ ପାଇଁ ପ୍ରାୟ ୮୫୦୦ରୁ ୯୦୦୦ ଟିକେଟ ବିକ୍ରି ହୋଇ ସାରିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri