କିଙ୍ଗ ଖାନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର କିଙ୍ଗ ଖାନ ଶାହାରୁଖ ଆଜି ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୨୩ ତାଙ୍କ ପାଇଁ ସଫଳତାର ବର୍ଷ ବୋଲି ପ୍ରମାଣିତ ହୋଇଛି। କାରଣ ତାଙ୍କର ଦୁଇଟି ଚଳଚ୍ଚିତ୍ର ଜୱାନ ଏବଂ ପଠାନ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଉଭୟ ଚଳଚ୍ଚିତ୍ର ସାରା ବିଶ୍ୱରେ ୨ ହଜାର କୋଟିରୁ ଅଧିକ ବ୍ୟବସାୟ କରିଛନ୍ତି। ବଲିଉଡର ‘କିଙ୍ଗ ଅଫ ରୋମାନ୍ସ’ର ନାମରେ ପରଚିତ ଶାହରୁଖ ଦୁନିଆର ସବୁଠାରୁ ଧନୀ ଅଭିନେତା ତାଲିକାରେ ସାମିଲ ଅଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୬୪୦୦ କୋଟିରୁ ଅଧିକ। ମିଡିଆ ରିପୋର୍ଟ ଅନୁଯାୟୀ, ସେ ଗୋଟିଏ ଫିଲ୍ମ ପାଇଁ ୧୦୦ ରୁ ୧୫୦ କୋଟି ଟଙ୍କା ନିଅନ୍ତି। ପଠାନରେ ସେ ମୋଟ ଲାଭର ୬୦ପ୍ରତିଶତ ଅଂଶ ନେଇଥିଲେ।
ମୁମ୍ବାଇରେ ଶାହାରୁଖ ଖାନଙ୍କ ବଙ୍ଗଳା ଦେଶର ସବୁଠାରୁ ଦାମୀ ବଙ୍ଗଳା ମଧ୍ୟରୁ ଅନ୍ୟତମ। ଏହାର ମୂଲ୍ୟ ପ୍ରାୟ ୨୦୦ କୋଟି। ଏହା ବ୍ୟତୀତ ଦୁବାଇର ପାଲ ଜୁମେରା ଠାରେ ତାଙ୍କର ଏକ ବିଳାସପୂର୍ଣ୍ଣ ଭିଲ୍ଲା ଅଛି, ଯାହାର ମୂଲ୍ୟ ୧୦୦ କୋଟି ଟଙ୍କା।
ଲଣ୍ଡନରେ ଶାହାରୁଖ ଖାନଙ୍କର ଏକ ବିଳାସପୂର୍ଣ୍ଣ ଘର ଅଛି ଯାହାର ମୂଲ୍ୟ ୧୭୨ କୋଟି ଟଙ୍କା। ଶାହାରୁଖ ତାଙ୍କ ପରିବାର ସହିତ ଛୁଟିଦିନ ପାଳନ କରିବାକୁ ଆଲିବାଗକୁ ଯାଆନ୍ତି। ସେଠାରେ ତାଙ୍କର ଏକ ଘର ମଧ୍ୟ ଅଛି ଯାହାର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା।
ଶାହାରୁଖ ତାଙ୍କ ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଧ୍ୟମରେ ମଧ୍ୟ ବହୁତ ରୋଜଗାର କରନ୍ତି। ଏହା ବ୍ୟତୀତ ତାଙ୍କର ରେଡ ଚିଲିସ ଏଣ୍ଟରଟେନମେଣ୍ଟ ନାମକ ଏକ ପ୍ରଡକ୍ସନ ହାଉସ ମଧ୍ୟ ଅଛି।
ଶାହାରୁଖ ଖାନଙ୍କ କାର ସଂଗ୍ରହ କରିବାକୁ ଭଲ ପାଆନ୍ତି। ତାଙ୍କ ପାଖରେ ରୋଲ୍ସ-ରୋଏସ ଫାଣ୍ଟମ ଡ୍ରପହେଡ କୁପ, ରୋଲ୍ସ-ରୋଏସ କୁଲିନାନ ବ୍ଲାକ, ବିଏମଡବ୍ଲୁ ୭-ସିରିଜ, ବେଣ୍ଟଲି କଣ୍ଟିନେଣ୍ଟାଲ ଜିଟି, ବୁଗାଟୀ ଭେରନ, ବିଏମଡବ୍ଲୁ ୬-ସିରିଜ କନଭର୍ଟିବଲ, ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ସ୍ପୋର୍ଟ ଭଳି ଅନେକ କାର ଅଛି।

Share