ଗୌରୀଙ୍କ ପାଇଁ ଜେଲ୍‌ ଯାଇଥିଲେ ଶାହରୁଖ: ଜାଣନ୍ତୁ କାହିଁକି

ବଲିଉଡ ଅଭିନେତା ଶାହାରୁଖ ଖାନ ଏବଂ ଗୌରୀ ଖାନ ଇଣ୍ଡଷ୍ଟ୍ରୀର ସବୁଠୁ ହିଟ୍‌ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ଶାହାରୁଖ ଖାନ ଜଣେ ମୁସଲମାନ ଏବଂ ଗୌରୀ ପଞ୍ଜାବୀ ପରିବାରରୁ ଆସିଛନ୍ତି। ଉଭୟଙ୍କ ପ୍ରେମ ସମସ୍ତଙ୍କ ଏକ ଉଦାହରଣ ସୃଷ୍ଟି କରିଛି। ଶାହାରୁଖ ୧୯୮୮ରେ ପ୍ରଥମ ଥର ପାଇଁ ଗୌରୀଙ୍କୁ ଭେଟିଥିଲେ ଶାହରୁଖ। ପ୍ରଥମ ଦେଖାରେ ତାଙ୍କୁ ହୃଦୟ ଦେଇ ବସିଥିଲେ ସେ। ଶାହରୁଖ ଗୌରୀଙ୍କ ପ୍ରେମରେ ଏତେ ପାଗଳ ଥିଲେ ଯେ, ଥରେ ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ।
ଶାହାରୁଖ ୨୫ ଅକ୍ଟୋବର ୧୯୯୧ରେ ଗୌରୀଙ୍କୁ ବିବାହ କରିଥିଲେ। ପରେ ସେ ତାଙ୍କ କ୍ୟାରିୟର କରିବାକୁ ମୁମ୍ବାଇ ଆସିଥିଲେ। ୨୦୧୨ ମସିହାରେ, ତେହେଲକା ଥିଙ୍କ୍‌ର ଏକ କାର୍ଯ୍ୟକ୍ରମ ସମୟରେ ଶାହାରୁଖ ଖଣ୍ଡା ଆକ୍ରମଣ ବିଷୟରେ କହିଥିଲେ। ୧୯୯୩ରେ ତାଙ୍କ ଫିଲ୍ମ ‘କଭି ହଁ, କଭି ନା’ ଆସିଥିଲା। ସେହି ସମୟରେ ସାମ୍ବାଦିକ ଜଣେ ଅଭିନେତ୍ରୀଙ୍କ ସହ ଶାହରୁଖଙ୍କ ସମ୍ପର୍କ ଥିବା ଖବର ପ୍ରକାଶ କରିଥିଲେ। ଏହା ଜାଣି ଗୌରୀ ବହୁତ ରାଗି ଯାଇଥିଲେ। ସେହି ସମୟରେ ସେ ଭାବିବାକୁ ଲାଗିଲେ ଯେ ସେ ଶାହାରୁଖଙ୍କୁ ବିବାହ କରି କୌଣସି ଭୁଲ୍‌ କରିନାହାନ୍ତି ତ?
ଗୌରୀଙ୍କ ଦୁଃଖି ଥିବା ଦେଖି ଶାହାରୁଖ ବହୁତ ରାଗିଗଲେ। ସେ କହିଥିଲେ ଯେ ମୋ ଶ୍ୱଶୁର ଜଣେ ସେନା ଅଧିକାରୀ। ପଞ୍ଜାବୀ ବିବାହରେ ଗୌରୀଙ୍କ ସୁରକ୍ଷା ସୁରକ୍ଷା ଦେବା ପାଇଁ ଶ୍ୱଶୂର ତାଙ୍କୁ ଏକ ଖଣ୍ଡା ଦେଇଥିଲେ। ମୁଁ ଭାବିଲି ଏହା ଏକ ଭଲ ଅସ୍ତ୍ର। ଏହା ଭାରତୀୟ ସେନା ଦ୍ୱାରା ଅନୁମୋଦିତ ହୋଇଛି। ଖଣ୍ଡା ଧରି ମୁଁ ସାମ୍ବାଦିକଙ୍କ ଘରେ ପହଞ୍ଚି ଖବର ଏଭଳି ଖବର ନ ଛାପିବାକୁ ଧମକ ଦେଇ ଶୁଟିଂ ସେଟ୍‌କୁ ଫେରିଥିଲେ। ଏହି ଘଟଣାର ଗୋଟିଏ ଦିନ ପରେ ସେଟରେ କିଛି ପୋଲିସ ଆସି ତାଙ୍କୁ ଥାନାକୁ ନେଇଥିଲେ। ଏହି ସମୟରେ ତାଙ୍କୁ କେବଳ ଗୋଟିଏ କଲ କରିବାକୁ ଅନୁମତି ଦିଆଯାଇଥିଲା। ଶାହାରୁଖ ସେହି ସାମ୍ବାଦିକଙ୍କୁ ଧମକ ଦେବା ପାଇଁ ତାଙ୍କୁ କଲ୍‌ କରି କହିଥିଲେ ଯେ, ମୁଁ ଜେଲ୍‌ ଯାଇଛି। ଏଠୁ ବାହାରିଲେ ତୋତେ ହାଣିଦେବି। ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଅଭିନେତା ନାନା ପାଟେକର ଜେଲରୁ ମୁକ୍ତ କରିଥିଲେ। ନାନା ମଧ୍ୟ ଶାହରୁଖଙ୍କ ସହ ଫିଲ୍ମ କାମ କରୁଥିଲେ।

Share