ଆଡଭାନ୍ସ ବୁକିଂରେ ପଠାନକୁ ପଛରେ ପକାଇଲା ଯବାନ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାଁ ଏବେ ତାଙ୍କର ମଚ ଆଓ୍ବେଟେଡ ମୁଭି ‘ଯବାନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ପ୍ରଶଂସକ ଏହି ଫିଲ୍ମକୁ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି। ଏହାର ଅନୁମାନ ଫିଲ୍ମର ଆଡଭାନ୍ସ ବୁକିଂରୁ ସ୍ପଷ୍ଟ ହେଉଛି। ଶନିବାରରୁ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନର ସଂଖ୍ୟା ହିଁ ତେହେଲକା ମଚାଇଛି। ପ୍ରାୟ ୨୪ ଘଣ୍ଟା ମଧ୍ୟରେ ଫିଲ୍ମ ୩୦୫ ହଜାର ଟିକେଟ ବିକ୍ରି ସହ ୧୦ କୋଟିର ଗ୍ରସ କଲେକଶନ ପାର କରି ନେଇଛି। ଏବେ ଦ୍ୱିତୀୟ ଦିନର କଲେକ୍ସନ ବି ସାମ୍ନାକୁ ଆସିଛି।
ତରଣ ଆଦର୍ଶଙ୍କ ଟୁଇଟ ଅନୁଯାୟୀ, ରବିବାର ଦ୍ୱିପ୍ରହର ପର୍ଯ୍ୟନ୍ତ ପ୍ରାୟ ୨୦୩,୩୦୦ ଟିକେଟ ସେଲ ହୋଇସାରିଛି। ଅନ୍ୟପକ୍ଷରେ, ସାକନିଲକଙ୍କ ଅନୁଯାୟୀ, ଫିଲ୍ମର ଏ ପର୍ଯ୍ୟନ୍ତ ଆୟ ୧୩.୧୭କୋଟି ଟଙ୍କା ବୋଲି କୁହାଯାଉଛି। ତେଣୁ ସେଠାରେ ୪.୨୬ ଲକ୍ଷ ଟିକେଟ ବିକ୍ରି ହୋଇଛି। ସୂଚନାଯୋଗ୍ୟ, ଶାହାରୁଖଙ୍କ ଫିଲ୍ମ ହିନ୍ଦୀ (୨ଡି) ବେଲ୍ଟରେ ୧୨.୧୭କୋଟିରୁ ଅଧିକ ଆୟ କରିଛ। ରିଲିଜ ପୂର୍ବରୁ ମଧ୍ୟ ‘ଯବାନ’ ଅନେକ ବଡ ରେକର୍ଡ ଭାଙ୍ଗିଛି।
ଏହି ଆକଳନଗୁଡିକ ଦେଖି ଅନୁମାନ କରାଯାଇପାରେ ଯେ ଶାହରୁଖ ଖାଁଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ସୁପର ହିଟ ହେବାକୁ ଯାଉଛି। ଏହି ଶୋ ’ଅନେକ ପ୍ରେକ୍ଷାଳୟରେ ଗୃହୀତ ହୋଇପାରିଛ। ଏଥି ସହିତ, ଯବାନ ମଧ୍ୟ ବଲିଉଡ ଚଳଚ୍ଚିତ୍ର ପାଇଁ ସର୍ବାଧିକ ବିକ୍ରି ହୋଇଥିବା ଚଳଚ୍ଚିତ୍ର ବୋଲି ପ୍ରମାଣ କରିଛ। ଆଟଲେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସେପ୍ଟେମ୍ବର ୭ରେ ସିନେମା ହଲକୁ ଆସିବ। ତାମିଲ ଏବଂ ତେଲୁଗୁ ଭାଷା ସହିତ ହିନ୍ଦୀରେ ଏହା ରିଲିଜ ହେବ।

Share