ମିଷ୍ଟ୍ରି ବଏଙ୍କ ସହ ବୁଲୁଛନ୍ତି ଶାହାରୁଖ ଲଳନା

ବମ୍ବେ:ବଲିଉଡ୍‌ଜଗତରେ ଅନେକ କଳାକାର ଏପରି ଅଛନ୍ତି ଯେଉଁମାନେ ନିଜ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିଥାନ୍ତି। ହେଲେ ଅନେକ ଥର ସତ ବାହାରକୁ ଆସିଥାଏ। ସେଭଳି କିଛି ଘଟିଛି ବଲିଉଡ୍‌ କିଙ୍ଗ୍‌ଖାନ୍‌ ଶାହାରୁଖଙ୍କ ଝିଅ ସୁହାନାଙ୍କ କ୍ଷେତ୍ରରେ। ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଥିବା ସୁହାନାଙ୍କୁ ବୁଧବାର ରାତିରେ ଜଣେ ମିଷ୍ଟ୍ରି ବଏଙ୍କ ସହ ଦେଖାଯାଇଛି। ମୁମ୍ବାଇରେ ଥିବା ଘର ବାହାରେ ତାଙ୍କ ସହ ଜଣେ ପୁଅ କାର୍‌ରେ ବସିଥିଲେ। କିଛି କ୍ୟାମେରାମ୍ୟାନ୍‌ ତାଙ୍କର ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ଉଭୟ ହାତରେ ମୁହଁ ଲୁଚାଇ ଦେଇଥିଲେ। ସୋସିଆଲ ମିଡିଆରେ ଏବେ ଉଭୟଙ୍କ ଫଟୋ ଭାଇରାଲ ହେଉଛି। ଉକ୍ତ ଯୁବକ କିଏ ତାହା ଜଣାପଡ଼ି ନ ଥିଲେ ହେଁ ସୁହାନା ତାଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି। ଯଦି ଏହା ସତ ହୋଇଥାଏ ତେବେ ଆଗାମୀ ଦିନରେ ତାହା ସ୍ପଷ୍ଟ ହେବ।

Share