‘ପଠାନ’ର ସଫଳତା ପରେ ନୂଆ କାର୍‌ କିଣିଲେ ଶାହରୁଖ, ମୂଲ୍ୟ ଜାଣିଲେ…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଧମାକାଦାର ଆୟ କରି ସମସ୍ତ ରେକର୍ଡ ଭାଙ୍ଗିଛି। ଯାହାକୁ ନେଇ ସବୁଆଡେ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ନୂଆ କାର୍‌କୁ ନେଇ ଚର୍ଚ୍ଚା ଭିତରକୁ ଆସିଛନ୍ତି। ନିକଟରେ ଅଭିନେତାଙ୍କୁ ମହଙ୍ଗା କାର୍‌ ରୋଲ୍ସ-ରୋଏସ କୁଲିନାନ ବ୍ଲାକ ବ୍ୟାଜ ସହିତ ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ରିପୋର୍ଟ ଅନୁଯାୟୀ, ଶାହାରୁଖ ଖାନ କିଣିଥିବା କାର୍‌ ବର୍ତ୍ତମାନ ଭାରତରେ ବିକ୍ରି ହେଉଥିବା ସବୁଠାରୁ ମହଙ୍ଗା ଏସୟୁଭି ଅଟେ। ତେବେ କାର୍‌ର ଶୋ’ରୁମ୍‌ର ମୂଲ୍ୟ ୮.୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମୋଟ ମୂଲ୍ୟକୁ ଦେଖିଲେ ଏହା ୧୦ କୋଟିରୁ ଅଧିକ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଶାହାରୁଖଙ୍କ ଧଳା ରଙ୍ଗର ‘୫୫୫’ନମ୍ବର ପ୍ଲେଟ ବିଶିଷ୍ଟ କାର୍‌ ସହିତ ମନ୍ନତକୁ ଭିତରକୁ ଯାଉଥିବାର ନଜର ଆସିଛନ୍ତି।

Share