ଶାହାରୁଖଙ୍କ ଜନ୍ମଦିନରେ ଫଟୋ ଶେୟାର କରି ଝିଅ ଲେଖିଲେ ଏମିତି…

ମୁମ୍ବାଇ: ନଭେମ୍ବର ୨ ଅର୍ଥାତ୍‌ ଆଜି କିଙ୍ଗ୍‌ଖାନ ଶାହାରୁଖଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ଝିଅ ସୁହାନା ଶାହାରୁଖଙ୍କୁ ୫୭ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମଙ୍ଗଳବାର ରାତି ୧୨ରୁ କିଙ୍ଗ୍‌ଖାନ୍‌ଙ୍କ ପ୍ରଶଂସକମାନେ ତାଙ୍କ ଝଲକ ପାଇବା ପାଇଁ ଅଭିନେତା ବଙ୍ଗଳା ‘ମନ୍ନତ’ ବାହାରେ ଅପେକ୍ଷା କରିଥିଲେ। ଶାହାରୁଖଙ୍କୁ ବଲିଉଡ୍‌ରୁ ଶୁଭେଚ୍ଛାର ସୁଅ ଛୁଟୁଛି। ସୁହାନା ବାପାଙ୍କ ପାଇଁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି।

ସୁହାନା ତାଙ୍କ ବ୍ୟକ୍ତିଗତ ଆଲବମରୁ ଏକ ପୁରୁଣା ଫଟୋ ପାଇଛନ୍ତି। ଫଟୋରେ ୟଙ୍ଗ ଶାହାରୁଖ ଛୋଟ ସୁହାନା ଏବଂ ପୁଅ ଆର୍ୟନଙ୍କ ସହ ମଜା କରୁଥିବାର ନଜର ଆସିଛନ୍ତି। ଫଟୋରେ ଶାହାରୁଖ ଶୋଇଥିବା ବେଳେ ଦୁଇ ଝିଅପୁଅ ତାଙ୍କ ଗାଲରେ ଚୁମ୍ବନ ଦେଉଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ମୋର ସବୁଠୁ ଭଲ ସାଙ୍ଗ, ମୁଁ ତୁମକୁ ବହୁତ ଭଲ ପାଏ। ସୁହାନାଙ୍କ ଏହି ପୋଷ୍ଟ ଖୁବ୍‌ ଭାଇରାଲ ହେଉଛି।

Share