ଫିଲ୍ମରେ ଡେବ୍ୟୁ ପୂର୍ବରୁ ଝିଅଙ୍କୁ ଏହି ପରାମର୍ଶ ଦେଲେ କିଙ୍ଗ୍‌ ଖାନ୍‌

ମୁମ୍ବାଇ: ଶାହାରୁଖଙ୍କ ଝିଅ ସୁହାନା ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ଝିଅଙ୍କ ପାଇଁ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି କିଙ୍ଗ୍‌ଖାନ୍‌। ଏଥିରେ ସେ ଲେଖିଛନ୍ତି, ଜୟା ଅଖତରଙ୍କ ଫିଲ୍ମ ‘ଦି ଆର୍ଚିଜ’ରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସୁନ୍ଦର ଶବ୍ଦରେ ସେ ଝିଅ ପାଇଁ କିଛି ଧାଡ଼ି ଲେଖିଛନ୍ତି, ‘ମନେରଖ ତୁମେ କଦାପି ପରଫେକ୍ଟ ହେବ ନାହିଁ, କିନ୍ତୁ ଯଦି ତୁମେ ସେହିଭଳି ରୁହ, ତେବେ ସମସ୍ତଙ୍କ ନିକଟତର ହୋଇପାରିବ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ଜଣେ ଅଭିନେତ୍ରୀ ଭାବରେ ଦୟାଳୁ ହୁଅ। ସ୍କ୍ରିନରେ ଛାଡ଼ିଥିବା ତୁମର ଅଂଶ ସର୍ବଦା ତୁମର ହେବ। ମୋ ପିଲା, ତୁମକୁ ଏକ ଦୀର୍ଘ ରାସ୍ତା ପ୍ରସ୍ତୁତ କରିବାର ଅଛି, କିନ୍ତୁ ଲୋକଙ୍କ ହୃଦୟର ରାସ୍ତା ଅସୀମ। ଆଗକୁ ଯାଅ ଏବଂ ଯଥାସମ୍ଭବ ହସ। ସୁହାନା, ଅଗସ୍ତ୍ୟ ନନ୍ଦ ଏବଂ ଖୁସି କପୁରଙ୍କ ସହିତ ଫିଲ୍ମ ‘ଦି ଆର୍ଚିଜ୍‌’ରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଶାହାରୁଖଙ୍କ ଏହି ପୋଷ୍ଟରେ ଝିଅ ସୁହାନା ବି ମନ୍ତବ୍ୟ ଦେଇଛନ୍ତି। ଲେଖିଛନ୍ତି, ପାପା ମୁଁ ତୁମକୁ ବହୁତ ଭଲ ପାଏ। ଶାହାରୁଖ ପୋଷ୍ଟ କରିବାର ୧ ଘଣ୍ଟା ମଧ୍ୟରେ ଏହାକୁ ୩ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି।

Share