Posted inଜାତୀୟ

ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଶାହା

ନୂଆଦିଲ୍ଲୀ/ଇମ୍ଫାଲ, ୩୦ା୫: ହିଂସା ପ୍ରଭାବିତ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସୋମବାର ପହଞ୍ଚତ୍ଛନ୍ତି। ତାଙ୍କର ଏହି ୪ ଦିନିଆ ଗସ୍ତ ଅବସରରେ ସେ ବିଭିନ୍ନ ନେତା, ପଦାଧିକାରୀଙ୍କୁ ଭେଟି ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବେ। ଏଥିସହିତ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ଲାଗି ସେ ମେଇତି ଏବଂ କୁକି ସମ୍ପ୍ରଦାୟଙ୍କୁ ଏକାଠି କରିବେ ବୋଲି କୁହାଯାଉଛି। ଶାହାଙ୍କ ସହ ସ୍ବରାଷ୍ଟ୍ର ସଚିବ ଅଜୟ ଭାଲା, ଅନ୍ୟ ବରିଷ୍ଠ ଅଧିକାରୀମାନେ ଯାଇଛନ୍ତି। ରାଜ୍ୟର ସଂଖ୍ୟାଗରିଷ୍ଠ ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ଦେବା ନିଷ୍ପତ୍ତିକୁ ବିରୋଧ କରି କୁକି ଆଦିବାସୀ ସମ୍ପ୍ରଦାୟ ବିକ୍ଷୋଭ କରିବାରୁ ଏହା ସଂଘର୍ଷର ରୂପ ନେଇଥିଲା। ଚଳିତ ମାସ ଆରମ୍ଭରୁ ଏହି ଜାତିଗତ ହିଂସାକାଣ୍ଡରେ ୭୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ବହୁ ଗୃହଦାହ ସାଙ୍ଗକୁ ବିପୁଳ ସମ୍ପତ୍ତି ନଷ୍ଟ ହୋଇଛି। ହଜାର ହଜାର ଲୋକ ଘରଦ୍ୱାର ଛାଡ଼ି ରିଲିଫ୍‌ କ୍ୟମ୍ପ୍‌ରେ ଆଶ୍ରୟ ନେଇଛନ୍ତି। ହିଂସା ପରେ ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ମେଇତି ଓ କୁକି ସମ୍ପ୍ରଦାୟରୁ ବାର୍ତ୍ତା ଆସିଛି। ଶାହାଙ୍କ ଗସ୍ତ ଶାନ୍ତି ଫେରାଇ ଆଣିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ମଣିପୁର ସଂହତି ସମନ୍ବୟ କମିଟି କହିଛି। ସେହିପରି ୟୁନାଇଟେଡ୍‌ ପିପୁଲ୍ସ ଫ୍ରଣ୍ଟ ଏବଂ କୁକି ଜାତୀୟ ସଂଗଠନ ମଧ୍ୟ ଶାହାଙ୍କ ଗସ୍ତକୁ ସ୍ବାଗତ କରିଛନ୍ତି।
ଶାହାଙ୍କ ଗସ୍ତ ପୂର୍ବରୁ ମଣିପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଜାରି ରହିଛି। ଇଷ୍ଟ ଇମ୍ଫାଲ ଜିଲାରେ ସୁରକ୍ଷା ବଳ ଉପରେ ଆକ୍ରମଣ ଯୋଜନା କରିଥିବା ୨୫ ଜଣ ସଶସ୍ତ୍ର ଲୋକଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ନିର୍ଦ୍ଦିଷ୍ଟ ଗୋଇନ୍ଦା ତଥ୍ୟକୁ ଆଧାର କରି ସଶସ୍ତ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରାଯାଇଛି। ସେମାନେ ସାନାସାବି, ଗବାଲଟାବି ଓ ଶାବୁନ୍‌ଖୋଲ ଖୁନାଓରେ ଗୃହଦାହ ସହ ସମ୍ପୃକ୍ତ ଥିଲେ। ସେମାନଙ୍କଠାରୁ ୫ଟି ୧୨ ବୋର୍‌ ଡବଲ ବ୍ୟାରେଲ୍‌ ରାଇଫଲ, ୩ଟି ସିଙ୍ଗଲ୍‌ ବ୍ୟାରେଲ୍‌ ରାଇଫଲ, ଗୋଟିଏ ଦେଶୀ ବନ୍ଧୁକ, ଇନ୍‌ସାସ୍‌ ରାଇଫଲ, ୬୦ ରାଉଣ୍ଡ ଗୁଳି, ଚାଇନା ନିର୍ମିତ ହ୍ୟାଣ୍ଡ ଗ୍ରେନେଡ୍‌ ଏବଂ ଗୋଟିଏ ଡିଟୋନେଟର ମିଳିଛି। ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ଓ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୋମବାର ସକାଳେ ସୁରକ୍ଷା ସ୍ଥିତିର ସମୀକ୍ଷା କରିଥିଲେ। ଜାତିଆଣ ହିଂସା ପରେ ସେନା କାର୍ଯ୍ୟାନୁଷ୍ଠାନରେ ୪୦ ସଶସ୍ତ୍ର ଉଗ୍ରପନ୍ଥୀ ନିହତ ହେଲେଣି ବୋଲି ରବିବାର ବୀରେନ୍‌ ସିଂ ସୂଚନା ଦେଇଥିଲେ। ଇମ୍ଫାଲରେ କର୍ଫ୍ୟୁ ବଳବତ୍ତର ରହିବା ସାଙ୍ଗକୁ ସୁରକ୍ଷା ବଳ ମୁତୟନ ଅଛନ୍ତି ଓ ବଜାର ବନ୍ଦ ରହିଛି। ରବିବାର ସଂଘର୍ଷଜନିତ ମୃତ୍ୟୁସଂଖ୍ୟା ୫ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri