Categories: ଜାତୀୟ

ଚାଷୀଙ୍କ ଘରେ ଖାଇଲେ ଶାହା

କୋଲକାତା, ୨୦।୧୨: ପଶ୍ଚିମବଙ୍ଗକୁ ଦୁଇଦିନିଆ ଗସ୍ତରେ ଆସିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ପୂର୍ବ ମେଦିନପୁରର ବଲିଜୁରୀ ଗ୍ରାମରେ ଜଣେ ଚାଷୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ତାଙ୍କ ସହ ଭାଜପା ନେତା କୈଳାସ ବିଜୟଭର୍ଗୀୟ, ଦିଲୀପ ଘୋଷ ଏବଂ ଅନ୍ୟ ନେତାମାନେ ମଧ୍ୟ ମଧ୍ୟାହ୍ନଭୋଜନରେ ସାମିଲ ହୋଇଥିଲେ। ବିବାଦୀୟ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜୋର୍‌ ଧରିଥିବାବେଳେ ଚାଷୀମାନଙ୍କ ନିକଟତର ହେବା ଲାଗି ଭାଜପା ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଚାଷୀଙ୍କ ଘରେ ଭୋଜନ କରିବା ଏହାର ଏକ ଅଂଶବିଶେଷ। ଭାଜପା ନେତାମାନଙ୍କୁ ଭୋଜନରେ ଆପ୍ୟାୟିତ କରିଥିବା ସନାତନ ସିଂ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି।

Share