Categories: Uncategorized

ଜ୍ଞାନବ୍ୟାପୀରେ କୌଣସି ତ୍ରିଶୂଳ ନାହିଁ…

ବାରଣାସୀ,୩୧।୭: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନକୁ ନେଇ ସମାଜବାଦୀ ପାର୍ଟି(ଏସପି) ଏମପି ଶଫିକୁରହମାମ ବର୍କ ଦାବି କରିଛନ୍ତି କି ମୁସଲମାନମାନଙ୍କ ଦ୍ୱାରା କୌଣସି ଭୁଲ ହୋଇନାହିଁ, ଆଉ ଜ୍ଞାନବ୍ୟାପୀ ଉପରେ ଆଇନତଃ ସେମାନଙ୍କର ବି ଅଧିକାର ରହିଛି। ସେ ଅଭିଯୋଗ କରିଛନ୍ତି କି ଜବରଦସ୍ତ ଜ୍ଞାନବ୍ୟାପୀକୁ ମନ୍ଦିର କରାଯାଉଛି। ସେ କହିଛନ୍ତି ସେଠାରେ କୌଣସି ତ୍ରିଶୂଳ ନାହିଁ, ନା ଏମିତି କିଛି ମିଳିଛି ନା ଆମେ ଏହାକୁ ମାନୁଛୁ।

ସୋମବାର ଜ୍ଞାନବ୍ୟାପୀର ଏଏସଆଇ ସର୍ଭେକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ କି ଯଦି ଜ୍ଞାନବ୍ୟାପୀକୁ ମସଜିଦ କହିବେ ତେବେ ଏହା ଉପରେ ବିବାଦ ହେବ। ତାଙ୍କର ଏହି ବୟାନ ଉପରେ ଶଫିକୁରହମାମ ପ୍ରତିକ୍ରିୟା ଦେଇଛନ୍ତି।

ଶଫିକୁରରହମାନ ବର୍କ କହିଛନ୍ତି, ମୁସଲମାନମାନଙ୍କ ଦ୍ୱାରା କୌଣସି ଭୁଲ ନ ଥିଲା କିମ୍ବା ମୁସଲମାନମାନେ ଝଗଡ଼ା ମଧ୍ୟ କରିନାହାଁନ୍ତି। ଏହି ଲୋକମାନେ ଜବରଦଖଲ କରି ଏହାକୁ ମନ୍ଦିର ବୋଲି କହିବା ଆରମ୍ଭ କଲେ, କିନ୍ତୁ ଆଜି ଆମେ ଏହାକୁ ଆମର ବିଶ୍ୱାସ ଅନୁସାରେ ଏକ ମସଜିଦ ବୋଲି ବିବେଚନା କରୁଛୁ, ତେଣୁ ସେମାନଙ୍କର ଆପତ୍ତି କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଜ୍ଞାନବ୍ୟାପୀରେ କୌଣସି ତ୍ରିଶୂଲ ନାହିଁ, ଆମେ ଏହାକୁ ବିଶ୍ୱାସ କରୁନାହୁଁ କିମ୍ବା ସେଠାରେ ଏହିପରି କିଛି ମିଳୁ ନାହିଁ। ଶଫିକୁର ରହମାନ ଆହୁରି ମଧ୍ୟ କହିଛନ୍ତି, ଦେଶ ଭିତରେ ଆଇନ ଅଛି, ଗଣତନ୍ତ୍ର ଅଛି, ଦେଶର ସମସ୍ତଙ୍କୁ ନିଜ ଧର୍ମରେ ବଞ୍ଚିବା ଏବଂ ତାଙ୍କ ମନ କଥା କହିବାର ଅଧିକାର ଦିଆଯାଇଛି। ଅନ୍ୟମାନଙ୍କୁ ମଧ୍ୟ ବଞ୍ଚିବାର ସୁଯୋଗ ଦିଅନ୍ତୁ। ଏହା ଭୁଲ ଅଟେ। ଅତ୍ୟାଚାର କରିବା ଭୁଲ।